Below header

‘ବିଗ ବସ୍ ୧୩’ କୁ ନେଇ ବଡ଼ ଖୁଲାସା, ଏହି ସବୁ କଳାକାର ଆସିପାରନ୍ତି ନଜର

ପୁଣି ଥରେ ଧମାଲ ମଚାଇବ ‘ବିଗ ବସ୍’। ଆଉ କିଛି ଦିନ ପରେ ଫ୍ଲୋରକୁ ଆସିବ ଛୋଟ ପରଦାର ବଡ ରିୟଲିଟି ସୋ’। ବର୍ତ୍ତମାନ ‘ବିଗ ବସ୍ ୧୩’ କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। କିଛିଦିନ ତଳେ ଏହି ସୋ’ ଭାଗ ନେଇଥିବା ସେଲିବ୍ରିଟିମାନଙ୍କ ନା ର ଖୁଲାସା ହୋଇଥିବା ବେଳେ ଫିଲ୍ମ ଅଭିନେତା ଚକି ପାଣ୍ଡେଙ୍କ ‘ବିଗ ବସ୍’ ରେ ଏଣ୍ଟ୍ରି କରିବା ନେଇ ସସପେନ୍ସ ରେ ରହିଥିଲା। କିନ୍ତୁ ବର୍ତ୍ତମାନ ୫୬ ବର୍ଷୟ ଚକି ପାଣ୍ଡେ ‘ବିଗ ବସ୍ ୧୩’ ରେ ଭାଗ ନେବା ପାଇଁ ପ୍ରସ୍ତୁତ ରହିଛନ୍ତି।

Chunky Pandeyଟେଲିଭିଜନର ଲୋକପ୍ରିୟ ଅଭିନେତ୍ରୀ ପୂଜା ଗୈର, ମେଘନା ମଲିକ ଏବଂ ଜାଇରା ୱାସିମ ମଧ୍ୟ ଏହି ସୋ’ ରେ ଭାଗ ନେବାର ଖବର ସାମ୍ନାକୁ ଆସିଛି। କିନ୍ତୁ ଟେଲିଭିଜନ ଅଭିନେତ୍ରୀ ସିଦ୍ଧି ଡୋଗରା ଏବଂ ପବିତ୍ରା ପୁନିୟା ‘ବିଗ ବସ୍’ ରେ କମାଲ ଦେଖାଇବା ପାଇଁ ନିଶ୍ଚିନ୍ତ ନଜର ଆସିବେ। ଏହା ବ୍ୟତୀରେ ଏହି ସୋ’ ରେ ମଧ୍ୟ ‘ବାଲିକା ବଧୂ’ ସିରିଏଲରେ ଅଭନୟ କରିଥିବା ସିଦ୍ଧାର୍ତ ଶୁକ୍ଳା ମଧ୍ୟ ନଜର ଆସିପାରନ୍ତି।

ଏହା ସହ ପଢନ୍ତୁ: ଏହି ବ୍ୟକ୍ତିଙ୍କ ପାଇଁ କରନଜିତ କୌର ବନିଗଲେ ସନି ଲିଓନି

ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ‘ବିଗ ବସ୍ ୧୩’ ର ନୁଆ ଘର ଲୋନାଭଲାରେ ତିଆରି କରାନଯାଇ ଗୋରେଗାଁବ ଫିଲ୍ମ ସିଟିରେ ତିଆରି କରାଯାଉଛି। ଏହା ବ୍ୟତୀତ ଚଳିତ ବର୍ଷ ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ମଧ୍ୟ ‘ବିଗ ବସ୍ ୧୩’ ରେ ସଲମାନ ଖାନଙ୍କ ସହ ନଜର ଆସିପାରନ୍ତି। ଏବଂ ଜରିନ୍ ଖାନ ମଧ୍ୟ ଏହି ସୋ’ ରେ ସଦସ୍ୟ ଭାବେ ନଜର ଆସିପାରନ୍ତି। କିନ୍ତୁ ବର୍ତ୍ତମାନ ପର‌୍ୟ୍ୟନ୍ତ ଏହି ଘଟଣାକୁ ନେଇ କୌଣସି ସ୍ପଷ୍ଟ ଖବର ମିଳିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.