ଭିଜିଲାନ୍ସ ପଞ୍ଝାରେ ନିମାପଡ଼ା ତହସିଲ୍‌ଦାର, ନେଉଥିଲେ ୪ ଲକ୍ଷ ୬୫ ହଜାର ଲାଞ୍ଚ

ନିମାପଡ଼ା (କେନ୍ୟୁଜ): ଭିଜିଲାନ୍ସ ଜାଲରେ ନିମାପଡ଼ା ତହସିଲ୍‌ଦାର । ୪ ଲକ୍ଷ ୬୫ ହଜାର ଟଙ୍କା ସହ ରାମଚନ୍ଦ୍ର ଜେନାଙ୍କୁ ଧରିଛି ଭିଜିଲାନ୍ସ । ରାମଚନ୍ଦ୍ରଙ୍କ ସରକାରୀ ବାସଭବନରୁ ମିଳିଛି ଆଉ ୫୦ ହଜାର ଟଙ୍କା । କଟକ ସିଡିଏ ସେକ୍ଟର-୧୧ ଓ କେନ୍ଦ୍ରାପଡ଼ା ଗରଦପୁରରେ ଚଢ଼ାଉ ଜାରି । ନିମାପଡ଼ାର ଇନ୍‌ଚାର୍ଜ ସବ୍‌ ରେଜିଷ୍ଟ୍ରାର୍‌ ଅଛନ୍ତି ରାମଚନ୍ଦ୍ର ଜେନା। ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍‌। ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୭ ଜଣ ଡିଏସ୍‌ପି ଚଢ଼ାଉରେ ସାମିଲ ହୋଇଛନ୍ତି । ୨ ଜଣ ଇନ୍‌ସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.