ପୂର୍ବତନ ମିସ୍‌ କେରଳ ଅନସୀ କବୀର ଓ ରନର ଅପ୍‌ ଅଞ୍ଜନା ଶାଜନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଗଲା ପ୍ରାଣ

ମିସ୍‌ କେରଳ ୨୦୧୯ ଏବଂ ଦକ୍ଷିଣ ଭାରତ ୨୦୨୧ର ବିଜେତା ଅନସୀ କବୀର ଏବଂ ରନର ଅପ ଅଞ୍ଜନା ଶାଜନ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ସୋମବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଉଭୟଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ସମୟରେ ଉଭୟ ଏକ କାରରେ ଥିଲେ। ଅନସୀ କବୀର ଏବଂ ଅଞ୍ଜନା ଶାଜନଙ୍କ ଦେହାନ୍ତ ଖବର ପୂରା ଇଣ୍ଡଷ୍ଟ୍ରିକୁ ଚକିତ କରିଦେଇଛି। ରିପୋର୍ଟ ଅନୁଯାୟୀ, ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଉଭୟ ମଡେଲଙ୍କର ମୃତ୍ୟୁ ଘଟିଛି।

car
PC: The Hindu

ସୂଚନାନୁସାରେ, ଏକ ପ୍ରୋଜେକ୍ଟ ପାଇଁ ଅନସୀ ଏବଂ ଅଞ୍ଜନା ନିଜ ଗାଁ ତିରୁବନନ୍ତପୁରମରୁ କୋଚି ଯାଉଥିଲେ। ଏହି ସମୟରେ, ଯେତେବେଳେ ସେମାନଙ୍କ କାର ଭିଟିଲା-ପାଲ୍ରିଭାଟମ୍ ହାଇଓ୍ବେରେ ଏକ ଦୁଇ ଚକିଆ ଯାନରେ ଯାଉଥିବା ଆରୋହୀଙ୍କୁ ବଞ୍ଚାଇବା ପାଇଁ ଏପରି ଦୁର୍ଘଟଣା ଘଟିଛି। ଏହି ସମୟ ମଧ୍ୟରେ କାରଟି ସଂପୂର୍ଣ୍ଣ ଭାରସାମ୍ୟ ହରାଇଥିଲା, ଯେଉଁଥିପାଇଁ କାରଟି ସିଧାସଳଖ ଯାଇ ଗଛ ସହିତ ଧକ୍କା ଦେଇଥିଲା । ଏହି ଘଟଣାରେ କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି।

 

View this post on Instagram

 

A post shared by Ansi Kabeer (@ansi_kabeer)

ପୋଲିସର ସୂଚନାନୁସାରେ, ଅନସି ଏବଂ ଅଞ୍ଜନାଙ୍କ ସହ କାରରେ ଆଉ ଦୁଇଜଣ ବ୍ୟକ୍ତି ଉପସ୍ଥିତ ଥିଲେ। ଉଭୟ ବ୍ୟକ୍ତି ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏହି କାରଣରୁ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନସୀ କବୀରଙ୍କ ମୃତ୍ୟୁ ପରେ ତାଙ୍କର ଶେଷ ପୋଷ୍ଟ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ସବୁଜ ବନରେ ବୁଲୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ସହିତ ଅନସି ଦେଇଥିବା କ୍ୟାପସନ୍ ବର୍ତ୍ତମାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଅନସି ଏହି ଭିଡିଓ ସହିତ ଲେଖିଛନ୍ତି, ‘ବର୍ତ୍ତମାନ ଯିବାର ସମୟ ଆସିଯାଇଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.