କଟକ: ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ୯ ଜଣ ଗିରଫ, ୩୨ଟି ଗାଡ଼ି ଜବତ

କଟକ(କେନ୍ଯୁଜ୍): କଟକରେ ବଡ଼ଧରଣର ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ । ଆନ୍ତଃଜିଲ୍ଲା ବାଇକ୍‌ ଲୁଟେରା ଗ୍ୟାଙ୍ଗର ୯ ଜଣ ଗିରଫ ହୋଇଛନ୍ତି। ଗିରଫଙ୍କ ମଧ୍ୟ ଜଣେ ନାବାଳକ ଥିବା ସୂଚନା ରହିଛି।

ସେମାନଙ୍କ ନିକଟରୁ ୩୨ଟି ଗାଡ଼ି ଜବତ ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ୧୩୬ଟି ବାଇକ୍‌ ଚୋରି ନେଇ ଅଭିଯୋଗ ରହିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି। ଯେଉଁମାନଙ୍କର ଗାଡ଼ି ଚୋରି ହୋଇଛି, ଆବଶ୍ୟକ କାଗଜପତ୍ର ଦେଖାଇ ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.