Below header

ଶିକ୍ଷକ ଶିଖାଇଥିଲେ ଲୁଟ୍‌ର ତରିକା, ଗୋରୁ ବେପାରୀ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିବା ଲୁଟେରାଙ୍କୁ ଧରିଲା ପୋଲିସ୍‌

ଭବାନୀପାଟଣା : ଗୋରୁ ବେପାରୀଙ୍କ ଠାରୁ ଲୁଟ୍‌ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ କରିଛି ପୋଲିସ୍‌ । ୫ ଲକ୍ଷ ୨୨ ହଜାର ଟଙ୍କା ଲୁଟ୍‌ ଘଟଣାରେ ମାଷ୍ଟର ମାଇଣ୍ଡ ହେଉଛନ୍ତି ଜଣେ ଶିକ୍ଷକ । ଏହି ମାମଲାରେ ମୋଟ୍‌ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି ।

ଗତ ୧୦ ତାରିଖ ଦିନ କଳାହାଣ୍ଡି ଓ ରାୟଗଡା ଜିଲ୍ଲା ସୀମାନ୍ତ ଜୟପାଟଣା ଥାନା ଅଧୀନରେ ଏହି ଘଟଣା ଘଟିଥିଲା । ଜୟପାଟଣା ଆରଏମସି ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ୪ ଜଣ ଗୋରୁ ବେପାରୀଙ୍କ ଠାରୁ ୮ ଜଣ ଦୁର୍ବୃତ୍ତ ଟଙ୍କା ଲୁଟି ନେଇଥିଲେ । ମହୁଲପାଟଣା ଘାଟୀ ରାସ୍ତାରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ପରେ ଟଙ୍କା ଲୁଟ୍‌ କରିଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଗୋରୁ ବେପାରୀମାନେ ରାୟଗଡ଼ା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି. କରଲ ଗାଁରୁ ଆସିଥିଲେ ।

LOOTERA-3

କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବି. ଗଙ୍ଗାଧରଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାୟକ ୭ଟି ଟିମ ଗଠନ କରି ନବରଙ୍ଗପୁର ଜିଲ୍ଲା ସମେତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଥିଲେ । ଶେଷରେ ଲୁଟ୍‌ରେ ସମ୍ପୃକ୍ତ ଥିବା ମାଷ୍ଟର ମାଇଣ୍ଡ କୋକସରା ଥାନା ଅନ୍ତର୍ଗତ ଡାହଗା ଶିକ୍ଷକ ଅଲେଖ ଠାକୁରଙ୍କ ସହ ଅନ୍ୟ ୮ ଜଣଙ୍କୁ ଧରିବାରେ ପୋଲିସ୍‌ ସଫଳ ହେଇଛି । ସେମାନେ ହେଲେ ଶୋଭାବନ ନାଗ ରଂଗୀଗୁଡା, ଦେବରାଜ ସୁନାନୀ ବଡ଼ଖୁଣ୍ଟା,ଗଜିନ୍ଦ୍ର ବିହାରୀ ଗୋଲାମୁଣ୍ଡା, ଅଲେଖ ଠାକୁର ଡହଗାଁ, କୁମ୍ଭନାଥ ଜଗତ ରଙ୍କାବାହାଲ, ମୁନା ଦୁର୍ଗା ଝାରବନ୍ଧ, ଜଗନ୍ନାଥ ନାଏକ ଜୁନାଗଡ଼, ଜିତେନ୍ଦ୍ର ହଂସ କନ୍ଧବ୍ରାହ୍ମଣୀଗୁଡା ।

LOOTERA-2

ଏମାନଙ୍କ ଠାରୁ ଲୁଟ ହୋଇଥିବା ୨ ଲକ୍ଷ ୬୯ ହଜାର ୮୦୦ଟଙ୍କା ଜବତ କରିବା ସହ ଲୁଟେରା ମାନେ ବ୍ୟବହାର କରିଥିବା ୪ଟି ମୋଟର ସାଇକେଲ,୧୧ଗୋଟି ମୋବାଇଲ, ଦୁଇଟି ଛୁରୀ ଆଦି ଜବତ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.