ନିରଞ୍ଜନ ଏବଂ ଶ୍ରୀକାନ୍ତଙ୍କର ୧୫ ମିନିଟିଆ ଭେଟ

ଭୁବନେଶ୍ବର (କେନ୍ୟୁଜ୍) : ନିରଞ୍ଜନ ବାନ୍ଧିଲେ ସେତୁ । ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କୁ ଭେଟିଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀକାନ୍ତ ଜେନାଙ୍କ ଘରକୁ ଯାଇ ପାଖାପାଖି ୧୫ ମିନିଟ୍ କରି ଆଲୋଚନା କରିଛନ୍ତି । ଏହି ସାକ୍ଷାତ ଆଲୋଚନାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ସାକ୍ଷାତ କିଛି ନୂଆ କଥା ନୁହଁ, ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଦୁଇ ତିନି ଥର ସାକ୍ଷାତ ଆଲୋଚନା ହୋଇଥିବା କହିଛନ୍ତି ଶ୍ରୀକାନ୍ତ ଜେନା । ଆଗାମୀ ନିର୍ବାଚନରେ ଦଳକୁ ବିଜୟୀ କରିବା ପାଇଁ ଆଲୋଚନା କରାଯାଉଥିବା ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.