ପୁରୀ ଜିଲ୍ଲାରେ ୪ଚକିଆ ଯାନ ଉପରେ କଟକଣା ଜାରି: ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ ଆସୁଥିବା ଗାଡିକୁ ପ୍ରବେଶ ମନା

ପୁରୀ: ପୁରୀ ଜିଲ୍ଲାକୁ ଆସୁଥିବା ୪ଚକିଆ ଯାନବାହାନ ଉପରେ କଟକଣା ଜାରି । ଭୁବନେଶ୍ୱର, କଟକ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଆଦି ସ୍ଥାନରୁ ଆସୁଥିବା ୪ଚକିଆ ଯାନ ଗୁଡିକୁ ପୁରୀର ପ୍ରବେଶ ପଥରୁ ଫେରାଇ ଦିଆଯାଉଛି । ଅତ୍ୟନ୍ତ ଜରୁରୀ ଥିବା ଗାଡିକୁ ଅନୁମତିର ସହ ଛଡାଯାଉଛି । କରୋନା ଭୂତାଣୁର ସଚେତନ ପାଇଁ ଏକ ଜିଲ୍ଲାସ୍ତରୀୟ ବୈଠକ କରାଯାଇଛି । ଚନ୍ଦ୍ରଭାଗା ଓ ପୁରୀ ବେଳାଭୂମିରେ ୧୪୪ଧାରା ଜାରୀ କରାଯାଇ ସମସ୍ତ ଜନଗହଳିପୂର୍ଣ୍ଣ ସ୍ଥାନକୁ ବନ୍ଦ କରାଯାଉଛି ।

puriପୁରୀର ବିଭିନ୍ନ ହୋଟେଲରେ ଏବେ ୪୪ଜଣ ବିଦେଶୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ଡାକ୍ତରୀ ଟିମ୍‌ ଯାଞ୍ଚ କରିଛନ୍ତି । ସମସ୍ତ ବିଦେଶୀ ଯାତ୍ରୀଙ୍କୁ ସେମାନଙ୍କ ଦେଶକୁ କିମ୍ବା ଭଡାଘରକୁ ପଠାଇ ଦିଆଯିବା ନେଇ ବୈଠକରେ ଆଲୋଚନା ହୋଇଛି । ଏହା ସହ ହୋଟେଲ ମାଲିକଙ୍କୁ ହୋଟେଲ ବନ୍ଦ କରିବା ସହ ବିଦେଶୀ ଫେରନ୍ତା ଯାତ୍ରୀଙ୍କୁ ହୋଟେଲରେ ରଖିବାକୁ ବାରଣ କରାଯାଇଛି । କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସମସ୍ତ ପ୍ରଶାସନିକ ପଦକ୍ଷେପ ସମୀକ୍ଷା ବୈଠକରେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.