ବଢିଲା ନୂଆପଡା ବନବିଭାଗ ରେଞ୍ଜର ବିନିତା ଭୋଇଙ୍କ ଅଡୁଆ, ନିଲମ୍ବନ ଦାବିରେ ଓଡିଶା ଅମଲା ସଂଘ କର୍ମଚାରୀଙ୍କ ପକ୍ଷରୁ କଲମ ଛାଡ ଆନ୍ଦୋଳନ

ନୂଆପଡା(କେନ୍ଯୁଜ୍): ବଢିଲା ନୂଆପଡା ବନବିଭାଗ ରେଞ୍ଜର ବିନିତା ଭୋଇଙ୍କ ଅଡୁଆ । ରେଞ୍ଜରଙ୍କୁ କାର୍ଯ୍ୟରୁ ନିଲମ୍ବନ ଦାବିରେ ଓଡିଶା ଅମଲା ସଂଘ କର୍ମଚାରୀଙ୍କ ପକ୍ଷରୁ କଲମ ଛାଡ ଆନ୍ଦୋଳନ ଜାରି ରହିଛି । ଏହାସହ ଖଡିଆଳ ଡିଏଫଓଙ୍କ ଅଫିସ ଆଗରେ କର୍ମଚାରୀମାନେ ଧାରଣା ଦେଇଛନ୍ତି ।

୨୧ତାରିଖରେ ଖଡିଆଳ ଡିଏଫଓଙ୍କ କାର୍ଯ୍ୟାଳୟର ସିନିଅର ଆକାଉଣ୍ଟାଣ୍ଟ ରମାଧର ଚଲାନଙ୍କୁ ରେଞ୍ଜର ବିନିତା ଭୋଇ ଅଶ୍ଲୀଳ ଭାଷାରେ ଗାଳି ଗୁଳଜ କରିବା ସହ ହତ୍ୟା ଧମକ ଦେଇଥିଲେ । ଏନେଇ ରମାଧର ଖଡିଆଳ ଥାନାରେ ବିନିତା ଭୋଇଙ୍କ ବିରୋଧରେ ଲିଖିତ ଅଭିଯୋଗ କରି ନ୍ୟାୟ ପାଇଁ ଦାବି କରିଥିଲେ । ଏସଂକ୍ରାନ୍ତରେ ଖଡିଆଳ ଥାନାରେ ରେଞ୍ଜରଙ୍କ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି । କିନ୍ତୁ ବିନୀତାଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନ ଥିବାରୁ ଓଡିଶା ଅମଲା ସଂଘ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.