ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କୁ ବିବାହ କରାଇଲେ ନୂଆପଡ଼ା ପୋଲିସ୍

ନୂଆପଡ଼ା (କେନ୍ୟୁଜ୍): ମୁଖ୍ୟସ୍ରୋତକୁ ଫେରି ନୂଆ ଜୀବନ ଜିଉଁଛନ୍ତି ମାଓବାଦୀ। ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଦୁଇ ହାର୍ଡକୋର ମାଓବାଦୀ। ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀଙ୍କୁ ବିବାହ କରାଇଛି ନୂଆପଡ଼ା ପୋଲିସ୍। ନୂଆପଡା ଜିଲା ସିନାପାଲି ବ୍ଲକ କନ୍ଦେନଝରେନ ଗାଁର ମାଧୁରୀ କମାର ମୈନପୁର-ନୂଆପଡା ଡିଭିଜନ ମାଓ ସଂଗଠନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଥିଲା। କିନ୍ତୁ କ୍ୟାଡର ମାଓବାଦୀଙ୍କ ନିର୍ଯାତନା ସହିନପାରି ୨୦୧୮ ସେପ୍ଟେମ୍ବର ୧୩ତାରିଖରେ ନୂଆପଡା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ସେହିଭଳି ଛତିଶଗଡର ରାହୁଲ ମୁସୁକି କେକେବିଏନ ମାଓସଂଗଠନର ଜଣେ ହାର୍ଡକୋର ମାଓବାଦୀ ଥିଲେ। ତା ନାଁରେ ଏକ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା। ୨୦୨୧ ସେପ୍ଟେମ୍ବରରେ ସେ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିବା ପରେ ରାହୁଲ ଓ ମାଧୁରୀ ଦୁହେଁ ନୂଆପଡା ରିଜର୍ଭ ପୋଲିସରେ ରହିଆସୁଥିଲେ। ରିଜର୍ଭ ପୋଲିସସ୍ଥିତ ଶିବମନ୍ଦିର ପ୍ରାଙ୍ଗଣରେ ସଂପୂର୍ଣ ହିନ୍ଦୁ ରୀତିନୀତିରେ ଉଭୟଙ୍କ ବିବାହ ହୋଇଛି। ବିବାହ ଉତ୍ସବରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଜି ରାଜେଶ ପଣ୍ଡିତଙ୍କ ସମେତ ବହୁ ପୋଲିସ ଅଫିସର, ବୁଦ୍ଧିଜୀବୀ ନବ ମାଓଦମ୍ପତିଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.