କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା: ସୁରକ୍ଷା ସହ ପୋଲିସର ସହଯୋଗ ଲୋଡିଲା OAS ସଂଘ

ମୋହନା(କେନ୍ୟୁଜ୍): କାର୍ଯ୍ୟରତ ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ ଘଟଣା । ସୁରକ୍ଷା ସହ ପୋଲିସର ସହଯୋଗ ଲୋଡିଲା OAS ସଂଘ । ମହାମାରୀ ସମୟରେ ପ୍ରଶାସନିକ ଅଧିକାରୀମାନେ ସଂକ୍ରମଣ ହ୍ରାସ ସହ ବିଭିନ୍ନ ଯୋଜନାର ସଫଳ ରୂପାୟନ କାର୍ଯ୍ୟକୁ ଜାରି ରଖିଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ଅଧିକାରୀଙ୍କୁ ଆକ୍ରମଣ କରାଯାଉଛି । ତେଣୁ OAS ଅଧିକାରୀମାନଙ୍କୁ ସୁରକ୍ଷା ଓ ଦାୟିତ୍ୱ ନିର୍ବାହରେ ଯାଉଥିବା ବେଳେ ସଶସ୍ତ୍ର ପୋଲିସ ଯୋଗାଇ ଦେବାକୁ ସଂଘ ଦାବି କରିଛି । ତିନିଦିନ ମଧ୍ୟରେ ବାଲେଶ୍ୱର ସଦର ତହସିଲଦାର ଅନାମିକା ସିଂ ଓ ଆର ଉଦୟଗିରି ସ୍ମୃତି ରଞ୍ଜନ ଶତପଥୀଙ୍କୁ ସର୍ବସାଧାରଣରେ ଆକ୍ରମଣ କରାଯାଇଥିଲା ।

ସେପଟେ ଆର. ଉଦୟଗିରି ଥାନା ଛେଳିଗଡ଼ରେ ତହସିଲଦାରଙ୍କୁ ଆକ୍ରମଣ ଘଟଣାରେ ୯ ପରିଚିତ ବ୍ୟକ୍ତିଙ୍କ ସମେତ ୯୦ଜଣ ଅଜ୍ଞାତ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗଜପତି ଏସପିଙ୍କ ନିର୍ଦ୍ଦେଶକ୍ରମେ ପୋଲିସର ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.