Below header

ଘରେ ବସିଥିବାବେଳେ ଟଳିପଡିଲେ ଓଡିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ । ୭୨ ବର୍ଷ ବୟସରେ ତାଙ୍କର ପରଲୋକ । ଜଟଣୀ ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି । ହୃଦଘାତରେ ରାଜୁ ମିଶ୍ରଙ୍କ ପରଲୋକ ହୋଇଥିବା ନେଇ ତାଙ୍କ ପତ୍ନୀ ପ୍ରତିମା ମଞ୍ଜରୀ ମିଶ୍ର ସୂଚନା ଦେଇଛନ୍ତି।

ଚକା ଆଖି ସବୁ ଦେଖୁଛି, ଆସୁଛି ମୋ କାଳିଆ ସୁନା, ପୁଅ ମୋର କଳା ଠାକୁର , ଯୋର ଜାର ମୁଲକ ତାର, ଜୀବନ ମୃତ୍ୟୁ, ହରି ଭାଇ ହାରେନା ଭଳି ଓଡ଼ଆ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଓଡ଼ିଆ ସହ ବିଭିନ୍ନ ଭାଷାରେ ନିର୍ଦ୍ଦେଶନା ଦେଇଛନ୍ତି ରାଜୁ ମିଶ୍ର । ଉଲକା ଫିଲ୍ଲ ଥିଲା ତାଙ୍କ ପ୍ରଥମ ନିର୍ଦ୍ଦେଶନା । ଏହାର ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ସେ ଦେଇଥିଲେ । ଏହାସହିତ ୨୦୧୨ରେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାରରେ ରାଜୁ ମିଶ୍ର ପୁରସ୍କୃତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.