ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ୪ମୃତ, ମୃତକଙ୍କ ଭିତରୁ ଜଣେ ଓଡ଼ିଆ

ମାଲକାନଗିରି(କେନ୍ୟୁଜ):ମୁମ୍ବାଇ ହେଲିକପ୍ଟର ଦୁର୍ଘଟଣାରେ ଓଡ଼ିଆ ଭୂତତ୍ତ୍ୱବିତ୍‌ ମୃତ । ଆରବସାଗର ଉପରେ ପବନହଂସ ହେଲିକପ୍ଟର ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରେ ୩ଜଣ ଭୂତତ୍ତ୍ୱବିତ୍‌ ଏବଂ ଜଣେ ଠିକା ଶ୍ରମିକ ରହିଥିଲେ । ମୃତକଙ୍କ ମଧ୍ୟରୁ ଜଣେ ଓଡ଼ିଆ ରହିଛନ୍ତି ।

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ହାତିବରୀ ଗ୍ରାମର ସୁରେଶ ଚନ୍ଦ୍ର ପାତ୍ରଙ୍କ ପୁଅ ସତ୍ୟମ୍ବଦ ପାତ୍ରଙ୍କ ମୃତ୍ୟୁ ହୋଇଛି । ସେ ମୁମ୍ବାଇର ତୈଳ ଓ ଗ୍ୟାସ କର୍ପୋରେସନରେ ଭୂତତ୍ତ୍ୱବିତ୍‌ ଭାବେ କାର୍ଯ୍ୟରତ ଥିଲେ । ଗତ ମଙ୍ଗଳବାର ଦିନ ୭ଜଣ ଭୂତତ୍ତ୍ୱ ବିଜ୍ଞାନୀଙ୍କୁ ନେଇ ସ୍ୱତନ୍ତ୍ର ବିମାନ ଯାତ୍ରା କରୁଥିବା ବେଳେ ଆରବସାଗର ଉପରେ ଦୁର୍ଘଟଣା ଘଟିଥିଲା । ସତ୍ୟମ୍ବଦଙ୍କ ମୃତ୍ୟୁ ଖବରପାଇ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ତାଙ୍କର ୨ ଭାଇ ମୁମ୍ବାଇ ଯାଇଛନ୍ତି । ଦୁର୍ଘଟଣାକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପସିଂ ପୁରୀ ଶୋକବ୍ୟକ୍ତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.