ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ଓଡ଼ିଶା, ୪୦ ଡିଗ୍ରୀ ଛୁଇଁ ପାରେ ତାପମାତ୍ରା

ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ପଶ୍ଚିମ ଓଡ଼ିଶା । ୨୮ତାରିଖରୁ ଅସହ୍ୟ ହେବ ଖରା । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁ ପାରେ ।

ଭୁବନେଶ୍ୱର (କେନ୍ୟୁଜ): ମାର୍ଚ୍ଚ ଶେଷ ସପ୍ତାହ ବେଳକୁ ଜଳିବ ପଶ୍ଚିମ ଓଡ଼ିଶା । ୨୮ତାରିଖରୁ ଅସହ୍ୟ ହେବ ଖରା । ବୌଦ୍ଧ, ସୋନପୁର, ବଲାଙ୍ଗୀର, ଝାରସୁଗୁଡା, ଟିଟିଲାଗଡ଼ ଆଦି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ଛୁଇଁ ପାରେ ।

ଆଜିଠୁ ୨୪ ତାରିଖ ପର୍ଯ୍ୟନ୍ତ ପାଗ ସ୍ୱାଭାବିକ ସହିତ ଶୁଖିଲା ରହିବ। କିନ୍ତୁ କାଳବୈଶାଖୀ ପାଇଁ ତାମମାତ୍ରା କମିଥିବାରୁ ଆଗାମୀ ଦୁଇ ତିନି ଦିନରେ ୮ରୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ୨୫ ତାରିଖ ବେଳକୁ ପଶ୍ଚିମା ଝଡ଼ ପ୍ରଭାବରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେଇପାରେ । ୨୬ ଓ ୨୭ ତାରିଖରେ ପାଗ ଶୁଖିଲା ରହିବ। ୨୮ ତାରିଖ ବେଳକୁ ତାପମାତ୍ରା ୩୯ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.