ଇଡି ହେପାଜତରେ ଅରବିନ୍ଦ କେଜ୍ରିୱାଲ, ଡାକ୍ତରୀ ପରୀକ୍ଷା ପରେ ଆଜି ସ୍ବତନ୍ତ୍ର ଅଦାଲତରେ ହେବେ ହାଜର

ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ରାତି କାଟିଥିଲେ କେଜ୍ରିୱାଲ୍ । ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ ।

ନୂଆଦିଲ୍ଲୀ : ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତକାଲି ତାଙ୍କୁ ଗିରଫ କରାଯାଇଛି । ଗିରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ରାତି କାଟିଥିଲେ କେଜ୍ରିୱାଲ୍ । ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସ୍ବତନ୍ତ୍ର ଅଦାଲତରେ ହାଜର କରାଯିବ । ଇଡି ହାଜତରେ ଜେରା କରିବାକୁ କୋର୍ଟଙ୍କ ଅନୁମତି ଲୋଡ଼ିବ ତଦନ୍ତକାରୀ ସଂସ୍ଥା ।

ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଆମ୍ ଆଦମୀ ପାର୍ଟି । ରାତି ଭିତରେ ତତ୍କାଳ ଶୁଣାଣି ପାଇଁ ଆବେଦନ କରାଯାଇଥିଲା । ଆଜି ଆପର ଆବେଦନ ଉପରେ ଶୁଣାଣି ହୋଇପାରେ । ହୋଲି ଛୁଟି ପୂର୍ବରୁ ସୁପ୍ରିମକୋର୍ଟରେ ନିୟମିତ ଶୁଣାଣିର ଆଜି ଶେଷ ଦିନ ରହିଛି । ପଦରେ ଥାଇ ଗିରଫ ହେବାରେ ଅରବିନ୍ଦ କେଜ୍ରିୱାର ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେପଟେ ଆଜି କେଜିୱାଲଙ୍କ ପରିବାରକୁ ଭେଟିବେ କଂଗ୍ରେସ ନେତା ରାହୁଲଗାନ୍ଧି । ଗତକାଲି ୨ଘଣ୍ଟାରୁ ଅଧିକ ସମୟ ଜେରା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିଥିଲା ଇଡି ।

କେଜ୍ରିୱାଲଙ୍କ ଗିରଫ ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ରାପିଡ ଆକ୍ସନ ଫୋର୍ସ ମୁତୟନ ଅଛନ୍ତି । ପରିସ୍ଥିତିକୁ ଦେଖି ଆଖପାଖ ଅଞ୍ଚଳରେ ଜାରି ହୋଇଛି ୧୪୪ ଧାରା । ଆପ ନେତା ଓ କର୍ମୀ ରାତିରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ମାମଲାରେ ପୂର୍ବରୁ ୯ ଥର ସମନ ଏଡାଇ ସାରିଥିଲେ କେଜ୍ରିୱାଲ । ଗିିରଫଦାରି ଉପରେ ରହିତାଦେଶ ଜାରି ପାଇଁ କେଜ୍ରିୱାଲଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିବା ପରେ ଗିରଫ କରିଛି ଇଡି । ପୂର୍ବରୁ ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆ ଓ ସଞ୍ଜୟ ସିଂ ଗିରଫ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.