ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ହେବ ଆହୁରି କଡା କାର୍ଯ୍ୟାନୁଷ୍ଠାନ, SIT ଗଠନ ହୋଇ ଚାଲିଛି ତଦନ୍ତ : ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର(କେନ୍ୟୁଜ): ରାଜ୍ୟରେ ଦିନକୁ ଦିନ ବଢିି ଚାଲିଛି ହାତୀ ମୃତ୍ୟୁ । ରାଜ୍ୟରେ ହାତୀ ମୃତ୍ୟୁ ଘଟଣାରେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ହେବ । ଏହା ଭିତରେ SIT ଗଠନ ହୋଇ ତଦନ୍ତ ଚାଲିଛି । ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ ।

ହାତୀର ମୃତଦେହ ଲୁଚାଇବାରେ ଫରେଷ୍ଟରମାନଙ୍କର ସମ୍ପୃକ୍ତି ରହିଛି । ହାତୀ ମୃତ୍ୟୁରେ ସେମାନଙ୍କର କଣ ଭୂମିକା ରହିଛି, ତାହା SIT ତଦନ୍ତରୁ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି । ଏହା ସହ ଏଣିକି ରାଜ୍ୟରେ ଯେତିକି ବି ହାତୀ କଙ୍କାଳ ଉଦ୍ଧାର ହେବ SIT ସବୁ ଘଟଣାର ତଦନ୍ତ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.