ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା, ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ସରକାର ନେଲେ ଏଭଳି ପଦକ୍ଷେପ

କେନ୍ୟୁଜ୍(ବ୍ୟୁରୋ):  ପାରାଦୀପ ବନ୍ଦରରେ ମାଛଧରା ଉପରେ ଲାଗିଲା କଟକଣା । ମାଛଙ୍କ ଅଣ୍ଡାଦାନ ଓ ବଂଶ ବୃଦ୍ଧି ପାଇଁ ଏପ୍ରିଲ ୧୫ରୁ ଜୁନ ୧୪ ପର୍ଯ୍ୟନ୍ତ ସମୁଦ୍ରରେ ଡଙ୍ଗା ଓ ଟ୍ରଲର ଦ୍ୱାରା ମାଛ ମାରିବାକୁ ନିଷିଦ୍ଧ କରାଯାଇଛି। ସରକାରଙ୍କ ଏଭଳି ପଦକ୍ଷେପକୁ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକମାନେ ସ୍ୱାଗତ କରିଛନ୍ତି ।

ତେବେ ଟ୍ରଲର କର୍ମଚାରୀମାନେ ଏହି ସମୟ ମଧ୍ୟରେ କୌଣସି କାମଧନ୍ଦା ନପାଇ ବେକାର ରହୁଥିବାରୁ ସରକାର ସେମାନଙ୍କ ପ୍ରତି ଦୃଷ୍ଟିଦେବାକୁ ଦାବି କରିଛନ୍ତି । ପାରାଦୀପରେ ପ୍ରାୟ ୬୫୦ ରୁ ଅଧିକ ଟ୍ରଲର ଥିବା ବେଳେ ୩୫୦ ରୁ ଅଧିକ ଯାନ୍ତ୍ରିକ ଡଙ୍ଗା ମାଛଧରା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିରେ ପ୍ରାୟ ୨୦ ହଜାରରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ପ୍ରତିପୋଷଣ ହୋଇଥାନ୍ତି । ବିଭିନ୍ନ ମାସରେ ସରକାରଙ୍କ ମାଛଧରା ଉପରେ କଟକଣା ଯୋଗୁ ବୋଟ ମାଲିକମାନେ କ୍ଷତି ସହି ବୋଟ ଗୁଡିକୁ ବନ୍ଦ କରିବାରେ ଲାଗିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.