ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ, ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ

ଦୁଇ ମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ । ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ନୂଆ ନିୟମ ଅନୁସାରେ ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ ।

ଭୁବନେଶ୍ୱର (କେନ୍ୟୁଜ): ଦୁଇ ମାସ ଭିତରେ ଆସିବ ନୂଆ ଓଡ଼ିଶା ବୋଟ ଅଧିନିୟମ । କେନ୍ଦ୍ରୀୟ ଆଇନ ଢାଞ୍ଚାରେ ତିଆରି ହେବ ଅଧିନିୟମ । ଜଳପଥରେ ନିରାପଦ ଯାତ୍ରା ସହ ବୈଷୟିକ ଜ୍ଞାନ କୌଶଳ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବ । ନୂଆ ନିୟମ ଅନୁସାରେ ସାରା ରାଜ୍ୟରେ ଚାଲିବ ଗୋଟିଏ ପ୍ରକାର ବୋଟ ।

ଯାହାର ଡିଜାଇନ୍‌ ପ୍ରସ୍ତୁତ ହୋଇସାରିଛି । ଯାତ୍ରୀଙ୍କ ସହ ଜଳପଥରେ ବଢ଼ିବ ପଣ୍ୟ କାରବାର । ସମୁଦ୍ର, ନଦୀ ଓ ହ୍ରଦରେ ଚାଲିବ ଯାତ୍ରୀବାହୀ ବୋଟ । ବୋଟ ମାଲିକ, ନିର୍ମାତା, ଅଧିକାରୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ନୂଆ ବୋଟ ଅଧିନିୟମ ବିଷୟରେ ଆଜି ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ବିଚାରବିମର୍ଶର୍ ହୋଇଛି ।

ଏହାଛଡା, ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ମିଳିତ ଭାବେ ରାଜ୍ୟରେ ମେଟ୍ରୋ ରେଳ ପ୍ରକଳ୍ପ କରିବେ । DPR ପ୍ରସ୍ତୁତ ପାଇଁ ଆଲୋଚନା ଆରମ୍ଭ ହୋଇସାରିଛି । ସବିଶେଷ ସର୍ଭେ ଲାଗି ଦିଲ୍ଲୀ ମେଟ୍ରୋ ଭଳି ଅଭିଜ୍ଞ ସଂସ୍ଥା ସହ ଚୁକ୍ତି କରାଯିବ ।

ଏଥିଲାଗି କିଛି ଦିନ ସମୟ ଲାଗିବ । DPR ଆସିବା ପରେ କୁହାଯାଇ ପାରିବ ଏହି ପ୍ରକଳ୍ପର ଦୂରତା କେତେ ହେବ, କେତେ ଷ୍ଟେସନ ହେବ, କେବେ ସୁଦ୍ଧା ମେଟ୍ରୋ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି ବାଣିଜ୍ୟ ଓ ପରିବହନ ସଚିବ ଉଷା ପାଢ଼ୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.