ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ଫାଇନ୍‌ ଆଦାୟ, ୨୪ ଘଣ୍ଟାରେ ୫ ଗିରଫ

ଭୁବନେଶ୍ବର(କେନ୍ଯୁଜ୍): ଆଜିକାଲି ଯାହା ପରିସ୍ଥିତି ଚାଲିଛି ସଭିଁଏ ଚିନ୍ତାରେ। ତା ଉପରେ ହେଲ୍‌ମେଟ୍‌ ଓ ମାସ୍କ ଚେକିଂରେ ଫାଇନ୍ ଗଣି ଗଣି ଲୋକେ ନାକେଦମ। ତଥାପି ବୁଝୁବାର ନା ନଉନାହାନ୍ତି। ବାରମ୍ବାର କରିଚାଲିଛନ୍ତି କଟକଣାକୁ ବେଖାତିର୍।  ଏବେ ଅମାନିଆଙ୍କ ଉପରେ ନଜର ରଖିଛି ପୋଲିସ ।

ସେହିପରି ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ଫାଇନ୍‌ ଆଦାୟ କରାଯାଇଛି। ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ୨୬ ହଜାର ୪୫୦ ଟଙ୍କା ଫାଇନ୍‌ ଆଦାୟ ହୋଇଛି । ୨୪ ଘଣ୍ଟାରେ ଗିରଫ ହୋଇଛନ୍ତି ୫ ଜଣ। ଏହାସହ ୫୪୬ଟି ଗାଡ଼ି ଜବତ ହେବା ସହ ୮ଟି ମାମଲା ରୁଜୁ ହୋଇଛି। କୋଭିଡ କଟକଣା ମାନୁନଥିବାରୁ ଓଡ଼ିଶା ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.