ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଜୁନ ୧ରୁ ୨୧ ସେପ୍ଟେମ୍ବର ମଧ୍ୟରେ ସ୍ୱାଭାବିକ ଠାରୁ ୧ ପ୍ରତିଶତ କମ ବର୍ଷା ହୋଇଛି । ଗଜପତି, ଖୋର୍ଦ୍ଧା, ପୁରୀ ଓ ବାଲେଶ୍ୱରରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା ରେକର୍ଡ ହୋଇଛି । ଗଜପତିରେ ୨୨ ପ୍ରତିଶତ କମ ବର୍ଷା ହୋଇଥିବା ବେଳେ ଖୋର୍ଦ୍ଧାରେ ସର୍ବାଧିକ ୩୦ ପ୍ରତିଶତ କମ ବର୍ଷା ହୋଇଛି ।

ପୁରୀରେ ୨୪ ପ୍ରତିଶତ କର୍ମ ବର୍ଷା ହୋଇଛି । ବାଲେଶ୍ୱରରେ ଏପର୍ଯ୍ୟନ୍ତ ୨୩ ପ୍ରତିଶତ କମ ବର୍ଷା ହୋଇଛି । ଚଳିତବର୍ଷ ମାଲକାନଗିରି ଓ ଝାରସୁଗୁଡ଼ାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି । ମାଲକାନଗିରିରେ ୪୫ ଓ ଝାରସୁଗୁଡାରେ ୨୬ ପ୍ରତିଶତ ଅଧିକ ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.