Below header

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪୭ କରୋନା ପଜିଟିଭ ଚିହ୍ନଟ, ୨ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତିି । କେବଳ ଖୋର୍ଦ୍ଧାରୁ ୧୧୫ ନୂଆ କେସ୍‌ ରହିଛି । ଯାହା ମୋଟ ଆକ୍ରାନ୍ତଙ୍କ ୪୬.୫୫ ପ୍ରତିଶତ । ଆଜି ମୋଟ ପଜିଟିଭିଟି ରେଟ୍‌ ରହିଛି ୦.୪୦ପ୍ରତିଶତ । ୨୪୭ ସଂକ୍ରମିତଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ବୟସ୍କଙ୍କ ମଧ୍ୟରେ ଅଛନ୍ତି ୩୭ ଜଣ । ୨୪ ଘଣ୍ଟାରେ ୬୦ ହଜାର ୯୮୮ କୋଭିଡ ଟେଷ୍ଟିଂ ହୋଇଛି । ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୨ ହଜାର ୭୯୦ ।

ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାରୁ ୨ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୨ ଜଣ, କଟକରୁ ୨୨ ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୨ ଜଣ, ଗଜପତିରୁ ୨ ଜଣ, ଜଗତସିଂହପୁରରୁ ୯ ଜଣ, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୩ ଜଣ, କଳାହାଣ୍ଡିରୁ ୧ ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୧୧୫ ଜଣ, କୋରାପୁଟରୁ ୩ ଜଣ, ମାଲକାନଗିରିରୁ ୧ ଜଣ, ମୟୂରଭଞ୍ଜରୁ ୧୨ ଜଣ, ପୁରୀରୁ ୨ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ୮ ଜଣ ଓ ଷ୍ଟେଟ ପୁଲରୁ ୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୪୫ ହଜାର ୨୦୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୩୩ ହଜାର ୯୯୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨ ହଜାର ୭୯୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.