କରୋନା ସମୟରେ ବି ସଫଳତାର ସହ କାମ କରିଛି ଓଡିଶା ଭିଜିଲାନ୍ସ,ଗତବର୍ଷ ରୁଜୁ କରିଛି ୨୬୭ଟି ଫୌଜଦାରୀ ମାମଲା 

କଟକ(କେନ୍ୟୁଜ୍): ଓଡ଼ିଶା ଭିଜିଲାନ୍ସ ୨୦୨୧ ରିପୋର୍ଟ । ଗତବର୍ଷ ଭିଜିଲାନ୍‌ସ ୨୬୭ଟି ଫୌଜଦାରୀ ମାମଲା ରୁଜୁ କରିଛି । ୪୭୫ ଜଣଙ୍କ ବିରୋଧରେ ଏହି ୨୬୭ ଟି ଅପରାଧିକ ମାମଲା ରୁଜୁ ହୋଇଛି । ଏମାନଙ୍କ ମଧ୍ୟରେ ୪୬ ଜଣ କ୍ଲାସ ୱାନ ଅଫିସର, ୪୦ ଜଣ କ୍ଲାସ ଟୁ ଅଫିସର, ୨୩୧ ଜଣ ତୃତୀୟ ଶ୍ରେଣୀ ଓ ୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ୫୮ ଜଣ ଅନ୍ୟ ସରକାରୀ କର୍ମଚାରୀଙ୍କ ସହ ୯୬ ଜଣ ସାଧାରଣ ଜନତାଙ୍କ ବିରୋଧରେ ମାମଲା ହୋଇଛି । ତେବେ ୨୦୨୦ ମସିହାରେ ୨୪୫ ଟି ମାମଲା ହୋଇଥିବା ବେଳେ ଚଳିତ ବର୍ଷ ୨୬୭ ଟି ମାମଲା ରୁଜୁ ହୋଇଛି । ଏହି ୨୬୭ ଟି ମାମଲା ମଧ୍ୟରୁ ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୯୨ ଟି ମାମଲା ହୋଇଛି ।

୧୧୧ ଜଣ ସରକାରୀ କର୍ମଚାରୀ ଓ ୪୪ ଜଣ ସାଧାରଣ ଲୋକ ତଦନ୍ତର ସାମ୍ନା କରୁଛନ୍ତି । ଏହି ୯୨ ଟି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲାରେ ୧୦୭ କୋଟି ୬୦ ଲକ୍ଷ ଟଙ୍କାର ଆୟ ବର୍ହିଭୁତ ଥିବା ଧରିଛି ଭିଜିଲାନ୍ସ । ୧୫ ଜଣ ଅଫିସର ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଧରିଥିଲା । ଏହି ଟଙ୍କାର ଉତ୍ସ ଦେଖାଇ ପାରି ନାହାନ୍ତି ଏହି ଅଫିସର । ଏମାନଙ୍କ ମଧ୍ୟରେ ୮ ଜଣ କ୍ଲାସ ୱାନ, ୪ ଜଣ କ୍ଲାସ ଟୁ ଅଫିସର ଓ ଅନ୍ୟ ୩ ଜଣ ତୃତୀୟ ଶ୍ରେଣୀ ସରକାରୀ କର୍ମଚାରୀ ଅଛନ୍ତି ।

୯୮ ଟି ଟ୍ରାପ କେସ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୧୫ ଜଣ କ୍ଲାସ ୱାନ, ୧୩ ଜଣ କ୍ଲାସ ଟୁ ଅଫିସର ଓ ଅନ୍ୟ ୬୮ ଜଣ ତୃତୀୟ ଶ୍ରେଣୀ ଓ ୪ ଜଣ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଅଛନ୍ତି । ସେହିପରି ଏହି ବର୍ଷକ ମଧ୍ୟରେ ଦୁର୍ନୀତିରେ ଲିପ୍ତ ଥିବା  ଯୋଗୁଁ ୧୦ ଜଣ ସରକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅସର ପ୍ରଦାନ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.