ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନମୁକ୍ତ ହେବ ଓଡ଼ିଶା

naveen patnaikଭୁବନେଶ୍ବର: ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନ୍ମୁକ୍ତ ହେବ ଓଡ଼ିଶା। ଅକ୍ଟୋବର ୨ରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ୟ୍ୟକ୍ରମରେ ଅକ୍ଟୋବର ୨ରୁ ସବୁ ମ୍ୟୁନିସିପାଲଟିରେ ଏନେଇ କାର୍ୟ୍ୟ ଆରମ୍ଭ ହେବ। ପ୍ରଥମ ପର୍ୟ୍ୟାୟରେ ପୁରୀ ଓ ୫ଟି ମହାନଗରରେ ଏହା ଲାଗୁ କରାଯିବ। ଏହା ସହ ସମସ୍ତଙ୍କୁ ଗଛ ଲଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି।

Leave A Reply

Your email address will not be published.