କଟକ ମଙ୍ଗୁଳି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଜଣେ ମୃତ ଓ ଦୁଇ ଆହତ

କଟକ(କେନ୍ୟୁଜ୍):ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। କଟକ ମଙ୍ଗୁଳି ଛକ ୧୬ ନମ୍ବର ଜାତୀୟ ରାଜପଥ ପେଟ୍ରୋଲ ପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ଟାଙ୍ଗୀ ପୋଲିସ ଉଦ୍ଧାର କରି କଟକ ହସ୍‌ପିଟାଲକୁ ବ୍ୟବଛେଦ ପାଇଁ ପଠାଇଥିବାବେଳେ ଆହତ ୨ ଯୁବକଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ କାର୍‌ରେ ଚୌଦ୍ୱାର ଗୋଡିପାଟଣାରୁ ପୁରୀ ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ବଡ଼ମ୍ବା ଅଞ୍ଚଳର ମନୋଜ ବେହେରା। ଯୁବକଙ୍କୁ ଧକ୍କା ଦେବା ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଛିଡା ହୋଇଥିବା ଏକ ପେଟ୍ରୋଲ ଟ୍ୟାଙ୍କରକୁ ଧକ୍କା ଦେଇଥିଲା। ପୋଲିସ କାର୍‌କୁ ଜବତ କରିଛି।

 

Leave A Reply

Your email address will not be published.