ଗଞ୍ଜାମ ପଳାସପୁର ଗାଁରେ ଏକ ଘରୁ ଜବତ ହେଲା ୧୦ ଲକ୍ଷ ଟଙ୍କାର ଗଞ୍ଜେଇ, ଜଣେ ଗିରଫ

ବ୍ରହ୍ମପୁର(କେନ୍ୟୁଜ):ଗଞ୍ଜାମ ଜ଼ିଲ୍ଲା ପାଟପୁର ଥାନା ପଳାସପୁର ଗାଁ ରେ ଏକ ଘରୁ ଜବତ ହେଲା ୮୫ କେଜି ୮୦୦ ଗ୍ରାମ ଗଞ୍ଜେଇ। ସମ୍ପୃକ୍ତିରେ ପାଟପୁର ଗାଁର ପୁରୁଷୋତ୍ତମ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ଯ ୧୦ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଉମା ଶଙ୍କର ସିଂ।

ପଳାସପୁର ଗାଁରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ସମ୍ପର୍କରେ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା । ଏହାପରେ ଧରିବାକୁ ଆଇଆଇସି ସବ୍ଯସାଚୀ ମଲ୍ଲଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.