ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଠାବ

ଆଠଗଡ଼: ପୁଣି ହାତୀର ମୃତଦେହ ଠାବ । ଆଠଗଡ଼ ଖୁଣ୍ଟୁଣି ରେଞ୍ଜ ରାଣୀ ବଣିଆ ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ୧୫ ଦିନ ତଳୁ ଦନ୍ତା ହାତୀଟି ମରିଥିବା ସନ୍ଦେହ କରାଯାଉଛି । ତେବେ ବନବିଭାଗ କାହାକୁ କିଛି ଖବର ନଦେଇ ହାତିଟିକୁ ତରବରିଆ ଭାବେ ରାତିରେ ପୋତି ଦେଇଥିବା ଜଣାପଡ଼ିଛି ।

ଆଠଗଡ଼ ଅଞ୍ଚଳ ହାତୀ ମାନଙ୍କର ଚରା ଭୁଇଁ ହୋଇଥିବା ବେଳେ ବର୍ଷ ତମାମ ହାତୀମାନେ ଆଠଗଡ଼ର ବିଭିନ୍ନ ଜଙ୍ଗଲରେ ରହିଥାନ୍ତି । ହାତୀଟି କୌଣସି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛି ନା ଶିକାର କରାଯାଇଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.