ଆଜି ପୁଣି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା

ଭୁବନେଶ୍ବର: ଆଜି ପୁଣି ମହିଳା କମିଶନଙ୍କ ପାଖରେ ହାଜର ହେବେ ଓଟିଭି ଏମ୍ଡି ଜଗି ମଙ୍ଗତ ପଣ୍ଡା । ଓଟିଭି ଏମ୍ଡିଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ମହିଳା କମିଶନ ନୋଟିସ୍ ଜାରି କରିଛନ୍ତି । ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ତାଙ୍କୁ ହାଜର ପାଇଁ ସମନ କରିଛି ରାଜ୍ୟ ମହିଳା କମିଶନ ।
ଗତ ୨୧ ତାରିଖରେ ମହିଳା କମିଶନଙ୍କ ପାଖରେ ହାଜର ହୋଇଥିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । କିନ୍ତୁ ଶୁଣାଣି ପୂର୍ବରୁ ସେ ପଳାଇ ଆସିଥିଲେ । ଫଳରେ ଉଭୟ ପକ୍ଷଙ୍କ ଶୁଣାଣି ହୋଇପାରିନଥିଲା । ନାବାଳିକା ପୀ଼ଡିତାଙ୍କ ମାଆଙ୍କ ଅଭିଯୋଗ ଆଧାରରେ ମହିଳା କମିଶନ ଓଟିଭି ଏମଡିଙ୍କୁ ସମନ କରିଥିଲେ ।
ଗତ ଅଗଷ୍ଟ ୩୦ରେ ନାବାଳିକା ଝିଅକୁ ଦୁଷ୍କର୍ମ ହୋଇଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପତ୍ରରେ ୭ଜଣଙ୍କ ନାଁ ପୀଡ଼ିତା ଉଲ୍ଲେଖ କରିଥିଲେ । ଯେଉଁଥିରେ ଓଟିଭିର ଦୁଇଜଣ କର୍ମଚାରୀ, ଦୁଇଜଣ ସିକ୍ୟୁରିଟି ଗାର୍ଡ, ଜଣେ ପୋଲିସ କର୍ମଚାରୀ ଓ ତାଙ୍କର ଦୁଇ ସହଯୋଗୀ ଅଛନ୍ତି । ମାମଲାରେ ଏଯାଏ ଜଣେ ବି ଅଭିଯୁକ୍ତକୁ ପୋଲିସ ଗିରଫ କରିନି ।