ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର ଘଟଣା: ପାର୍କିଂ ଭେଣ୍ଡର ଓ ପୂଜକଙ୍କୁ ପଡିଲା ଜରିମାନ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରକୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁଙ୍କୁ ଦୁର୍ବ୍ୟବହାର କରିବା ଘଟଣାରେ ମନ୍ଦିର ପ୍ରଶାସନ ପକ୍ଷରୁ ହେଲା କାର୍ଯ୍ୟାନୁଷ୍ଠାନ। ଭକ୍ତଙ୍କୁ ଦୁର୍ବ୍ୟବହାର କରିଥିବା ଗାଡି ପାର୍କିଂ ଭେଣ୍ଡରଙ୍କୁ ୨୧୦୦ ଟଙ୍କା ଜରିମାନା ସହିତ ତାଗିଦ କରାଯାଇଛି। ଏଥିସହିତ ଦୁର୍ବ୍ୟବହାର କରିଥିବା ପୂଜକଙ୍କୁ ୫୦୦ ଟଙ୍କା ଜରିମାନା ସହିତ ୧୫ ଦିନ ପାଇଁ ମନ୍ଦିର ସେବାରୁ ନିଲମ୍ବିତ କରାଯାଇଛି। ଏଥିସହିତ ଉଭୟଙ୍କୁ କଡା ଚେତାବନୀ ମଧ୍ୟ ଦିଆଯାଇଛି।

ମନ୍ଦିର ଟ୍ରଷ୍ଟ ବୈଠକରେ ଏଭଳି ନିଷ୍ପତ୍ତି ନେବା ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଭଲ ବ୍ୟବହାର ଦେଖାଇବା ପାଇଁ ଏକ ଶପଥ ପାଠ କରଣାଇଥିଲା। କିଛି ଦିନ ତଳେ ସାହିତ୍ୟିକ ବୈଷ୍ଣବ ମହାନ୍ତି ମନ୍ଦିରକୁ ଆସିଥିବା ବେଳେ ଗାଡି ପାର୍କିଂ ଭେଣ୍ଡର ଓ ପୂଜକଙ୍କ ପକ୍ଷରୁ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ସେ ଏ ନେଇ ସୋସିଆଲ ମିଡ଼ିଆରେ ଆପତ୍ତି ଜଣାଇଥିଲେ। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଉପଜିଲ୍ଲାପାଳ ଘଟଣାର ତଦନ୍ତ କରି ଏପରି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.