ରଖିଲେ ହରି ମାରିବ କିଏ, ଚଳନ୍ତା ଟ୍ରେନ ତଳୁ ଯାତ୍ରୀଙ୍କୁ ଉଦ୍ଧାର କଲେ ରେଳବାଇ ଅଧିକାରୀ

ଝାରସୁଗୁଡା : କଥାରେ ଅଛି ରଖିଲେ ହରି ମାରିବ କିଏ । ଏହାର ଏକ ଜ୍ବଳନ୍ତ ଉଦାହରଣ ଝାରସୁଗୁଡା ରେଳଷ୍ଟେସନରେ ଦେଖିବାକୁ ମିଳିଛି । ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ରାଜେଶ ତଲବାର ନାମକ ଜଣେ ବ୍ୟକ୍ତି ହାୱାଡାରୁ ସମ୍ବଲପୁର ଯାଉଥିବା ସମୟରେ ଚା ପିବାକୁ ଝାରସୁଗୁଡ଼ା ରେଳଷ୍ଟେସନରେ ଓହ୍ଲାଇଥିଲେ । ଠିକ ଏହି ସମୟରେ ଟ୍ରେନଟି ଛାଡିଦେବାରୁ ସେ ଦୌଡ଼ି ଆସି ଚଢୁଥିବା ସମୟରେ ହାତଟି ଖସିଯିବାରୁ ସେ ଟ୍ରେନ ତଳକୁ ଚାଲିଯାଇଥିଲେ । ତେବେ ରେଳବାଇ ସୁରକ୍ଷା ବଳର ଦୁଇଟି ଅଧିକାରୀ ତାଙ୍କୁ ରକ୍ଷା କରି ପୁଣି ସେଇ ଟ୍ରେନରେ ବସେଇଦେଇଥିଲେ। ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.