ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ, ଖାରବେଳେ ନଗର ଥାନାରେ ଦାୟର ମାମଲାରେ ଜାମିନ ଦେଲେ ହାଇକୋର୍ଟ
କେନ୍ୟୁଜ୍(ବ୍ୟୁରୋ): ପାଠକ ବାପ ପୁଅଙ୍କୁ ମିଲିଲା ଜାମିନ। ଟ୍ରାଭେଲ୍ସ ବିଲ ଠକେଇ ମାମଲାରେ ଜାମିନ ମିଳିଥିବା ନେଇ ସୂଚନା। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ହାଇକୋର୍ଟ । ପୂର୍ବରୁ ଟଙ୍କା ରିକଭରି ପାଇଁ ସ୍କାଏ କିଙ୍ଗ୍ ମାଲିକ ଭୁବନେଶ୍ବରର ଖାରବେଳେ ନଗର ଥାନାରେ ଏତଲା ଦେଇଥିଲେ।
ମାମଲାର ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ। ଆଜି ଏହି ମାମଲାର ଶୁଣାଣି କରି ହାଇକୋର୍ଟ ଉଭୟ ବାପପୁଅଙ୍କୁ ଜାମିନ ଦେଇଛନ୍ତି। ଏହା ସହ ହାଇକୋର୍ଟ କହିଛନ୍ତି ପୋଲିସକୁ ରିକୋଭରୀ ଏଜେଣ୍ଟ ଭାବେ ବ୍ୟବହାର କରାଯାଇପାରିବ ନାହିଁ