ପ୍ରେମିକ ସହିତ ହାତକଡ଼ି ଲଗାଇ ଜୀବନ ବିତାଉଥିଲେ ପ୍ରେମିକା, ହେଲେ ଏବେ ହୋଇଗଲେ ଏଭଳି ଅବସ୍ଥା, ହସ୍ପିଟାଲରେ ଭର୍ତ୍ତି

ୟୁକ୍ରେନ୍‌ର ଜଣେ କପଲ୍‌ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେମାନେ ହେଲେ ଆଲେକ୍ସଜ୍ୟାଣ୍ଡର ଓ ଭିକ୍ଟୋରିଆ। ଏହି କପଲ୍‌ ଭ୍ୟାଲେଣ୍ଟାଇନ୍‌ ଡେ’ପରଠାରୁ ନିଜକୁ ହାତକଡ଼ିରେ ବାନ୍ଧି ରଖିଛନ୍ତି। କିନ୍ତୁ ସେମାନଙ୍କର ଏଭଳି ପ୍ରୟୋଗ ଏବେ ସେମାନଙ୍କୁ ଭାରୀ ପଡ଼ିଯାଇଛି। ଏଥିଯୋଗୁ କପଲ୍‌ଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଛି।

୨୪ ଘଣ୍ଟା ହାତକଡ଼ିରେ ବାନ୍ଧି ହୋଇ ରହିବା ଯୋଗୁ ୨୮ ବର୍ଷୀୟା ଭିକ୍ଟୋରିଆଙ୍କ ହାତରେ ଘା’ ଏବଂ ଫୋଟକା ହୋଇଯାଇଛି। ଏଭଳି ସ୍ଥିତିରେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡ଼ିଛି। ହାତରେ ମେଟାଲ ହାତକଡ଼ି ଲାଗି ରହିବା କାରଣରୁ ଭିକ୍ଟୋରିଆକୁ ଏହି ସମସ୍ୟା ହୋଇଛି। ଆଲେକ୍ସଜ୍ୟାଣ୍ଡରଙ୍କ କହିବା ହେଲା, ଭିକ୍ଟୋରିଆଙ୍କ ହାତରେ ଲଗାତାର ମଲମ ଲଗାଯିବା ସତ୍ତ୍ୱେ ଅଲ୍‌ସର ଠିକ୍‌ ହେଉନାହିଁ।

ତେବେ ହାତକଡ଼ିରେ ବାନ୍ଧି ହୋଇଥିବା ଯୋଗୁ ଏହି କପଲ୍‌ ସବୁବେଳେ ସାଥୀ ହୋଇ ହିଁ ରହୁଛନ୍ତି। ଏକାଠି କପଡ଼ା ଧୋଉଛନ୍ତି, ଖାଦ୍ୟ ତିଆରି କରୁଛନ୍ତି ଏବଂ ନିଜ ଜବ୍‌ ମଧ୍ୟ ଏକାଠି ଘରୁ ହିଁ କରୁଛନ୍ତି। ଯଦିଓ ପବ୍ଲିକ ଟଏଲେଟ ବ୍ୟବହାର କରିବାରେ ଏହି କପଲ୍‌ଙ୍କୁ ସମସ୍ୟା ଉପୁଜୁଛି। ଆଲେକ୍ସଜ୍ୟାଣ୍ଡରଙ୍କ କହିବା ହେଲା, ଭିକ୍ଟୋରିଆ ପ୍ରତ୍ୟେକ ଛୋଟ ଛୋଟ କଥାରେ ରାଗି ଯାଇ ଘରୁ ଚାଲିଯାଉଥିଲେ। ଦିନେ ସେ ମଜାକ୍‌ରେ ଭିକ୍ଟୋରିଆଙ୍କୁ କହିଦେଇଥିଲେ ଯେ ତୁମକୁ ବାନ୍ଧି ଦେବି ଏବଂ କେବେ ବି ଯିବାକୁ ଦେବିନି। ଏହି କଥାବାର୍ତ୍ତା ପରଠୁ ହିଁ ସେମାନେ ୩ ମାସ ପର୍ଯ୍ୟନ୍ତ ଚେନ୍‌ରେ ବାନ୍ଧି ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ।

ଆଲେକ୍ସଜ୍ୟାଣ୍ଡର କହିଛନ୍ତି, ଯଦି ସେମାନେ ୩ ମାସ ପରେ ଅଲଗା ହେବାକୁ ନିଷ୍ପତ୍ତି ନିଅନ୍ତି, ତ ତାଙ୍କୁ ଜରୁରିକାଳୀନ ସେବା ବିଶେଷଜ୍ଞଙ୍କୁ ଡାକିବାକୁ ପଡ଼ିବ। ଯଦିଓ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି, କପଲ୍‌ ଏହି ପ୍ରୟୋଗକୁ ଆଗକୁ ଜାରି ରଖିବେ କି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.