ସରିଲା ପାଠକ ବାପା ଓ ପୁଅଙ୍କ ରିମାଣ୍ଡ ଅବଧି, ଜାଣନ୍ତୁ କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କଲା ଭିଜିଲାନ୍ସ

ଭୁବନେଶ୍ବର: ସରିଲା ଆଇଏଫଏସ୍‌ ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ରିମାଣ୍ଡ ଅବଧି । ରିମାଣ୍ଡ ଅବଧି ସରିବା ପରେ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ହାଜର ପରେ ଭିଜିଲାନ୍ସ ଆଉ ରିମାଣ୍ଡ ପାଇଁ ଆବେଦନ କରିବନାହିଁ ବୋଲି ଜଣାପଡ଼ିଛି ।

ସୂଚନା ଥାଉକି, ସେମାନଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା ଭିଜିଲାନ୍ସ । ରିମାଣ୍ଡର ଶେଷ ଦିନରେ ବାପା-ପୁଅଙ୍କଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଛି ତଦନ୍ତକାରୀ ଟିମ୍‌ । ୭ ଜଣିଆ ଟିମ୍‌ ଉଭୟ ବାପ ପୁଅଙ୍କୁ ମାରାଥନ ଜେରା କରିଥିଲା । ଅଭୟକାନ୍ତ ଓ ପୁଅ ଆକାଶଙ୍କ ଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି ଅଧିକାରୀ ।

abhay_pathakଆସନ୍ତୁ ଜାଣିବା କେଉଁ ସବୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିଜିଲାନ୍ସକୁ ଦେଇଛନ୍ତି ପାଠକ ବାପା-ପୁଅ 

ନଭେମ୍ବର ମାସରେ ବାପା ପୁଅ ମିଳିତ ଭାବେ ଭୁବନେଶ୍ୱରରେ ଟଙ୍କା ଡିପୋଜିଟ କରିଛନ୍ତି ।

Hdfc ଓ icici ବ୍ୟାଙ୍କରେ ଟଙ୍କା ଡିପୋଜିଟ କରିଛନ୍ତି ।

-ପ୍ରଥମେ ୫୦ ଲକ୍ଷ ପରେ ୩୫ ଲକ୍ଷ ଟଙ୍କା ଡିପୋଜିଟ କରାଯାଇଛି ।

-ଆକାଶ ଆକାଉଣ୍ଟକୁ ସବୁ ଟଙ୍କା ଯାଇଛି ।

-ଗିରଫ ପୂର୍ବରୁ ୮୫ ଲକ୍ଷ ଡିପୋଜିଟ ହୋଇଥିବା କହିଛନ୍ତି ପାଠକ ବାପା-ପୁଅ ।

-୬୦ ଲକ୍ଷ ଟଙ୍କା ଝିଅ ବାହାଘର ପାଇଁ ଖର୍ଚ୍ଚ ହୋଇଛି ।

-ଝିଅକୁ ପାଠ ପଢେଇବାକୁ ୯୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପୁଅର ପାଠପଢାରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

-ସେହିପରି ପୁଅ ବାହାଘର ପାଇଁ ୧୦ କୋଟିର ବଜେଟ୍‌ ହୋଇଥିଲା ।

-୨୦୧୪ରେ ବାପା ଆକାଉଣ୍ଟରୁ ୩୮ ଲକ୍ଷ ପୁଅ ଆକାଉଣ୍ଟକୁ ଆସିଥିଲା ।

ଅଭୟ ଯେଉଁ ଦାୟିତ୍ୱରେ ଥିଲେ, ସବୁଥିରେ ଦୁର୍ନୀତି କରିଛନ୍ତି କି ନାହିଁ, ସେନେଇ ଖୋଳତାଡ଼ କରାଯାଉଛି: ଗତ ୩ ବର୍ଷ ଭିତରେ ବନୀକରଣରେ ୬୦୦ କୋଟି ଖର୍ଚ୍ଚ ହୋଇଛି । ଏଥିରେ ଘୋଟଲା ହୋଇଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ହେଉଛି । ବିହାର ପାଟନାରେ ସମ୍ପର୍କୀୟ ଜ୍ୱାଇଁଙ୍କ ଘରେ ଏବେ ରେଡ କରାଯାଉଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

ତିନି ଦିନିଆ ରିମାଣ୍ଡ ଶେଷ ହେବା ପରେ ବାପା-ପୁଅଙ୍କୁ ଭୁବନେଶ୍ୱର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ହାଜର ବେଳେ ଆକାଶ କହୁଛନ୍ତି, ସେ ଟାଟାର କର୍ମଚାରୀ ଥିଲେ । କିନ୍ତୁ କମ୍ପାନୀ ବର୍ତ୍ତମାନ ତାଙ୍କୁ ସପୋର୍ଟ କରୁନାହିଁ । କୋର୍ଟରେ ହାଜର ପରେ ଭିଜିଲାନ୍ସ ଆଉ ରିମାଣ୍ଡ ପାଇଁ ଆବେଦନ କରିବନାହିଁ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.