କରୋନା ସନ୍ଦେହରେ କଟକ ଏସସିବିରେ ଚିକିତ୍ସିତ ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌

କେନ୍ଯୁଜ୍: କରୋନା ସନ୍ଦେହରେ କଟକ ଏସସିବିରେ ଚିକିତ୍ସିତ ଫୁଲବାଣୀର ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍‌ । ପୁଣେ NIVକୁ ତାଙ୍କ ନମୁନା ପଠାଯାଇଥିଲା । ସେ ଚୀନ୍‌ ଉହାନ ବିଶ୍ୱବିଦ୍ୟାଳୟରେ ପାଠ ପଢୁଥିଲେ । ତାଙ୍କୁ ଭାଇରସ୍‌ ସଂକ୍ରମଣ ସନ୍ଦେହରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେହିପରି ଚୀନରୁ ଫେରିଥିବା ଆଉ ଜଣେ ଛାତ୍ରୀ ଏବେ ବଡ଼ ମେଡିକାଲର ସ୍ୱତନ୍ତ୍ର ଆଇସୋଲେସନ୍‌ ଓ୍ଵାର୍ଡରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରୁ ୧୩ ଜଣ ଚୀନ୍‌ ଓ ଜଣେ ଥାଇଲାଣ୍ଡ ଯାଇଥିବା ଚିହ୍ନଟ ହୋଇଛନ୍ତି । ଦୁଇ ଜଣଙ୍କୁ ଏସ୍‌ସିବିରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ୧୨ ଜଣ ହୋମ୍‌ ସର୍ଭିଲାନ୍ସରେ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.