Below header

ଭାରସାମ୍ୟ ହାରାଇ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍‌, ୨ ମୃତ, ୯ ଗୁରୁତର

ଧର୍ମଗଡ଼ (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ସୀଙ୍ଗାରି ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହାରାଇ ଓଲଟିଲା ପିକଅପ ଭ୍ୟାନ । ଦୁଇ ମୃତ, ୯ଗୁରୁତର । ଦୁଇ ମୃତକଙ୍କ ପରିଚୟ ମିଳିନି । ଗୁରୁତର ୯ ଜଣଙ୍କୁ କଲମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ପିଡିଏସ୍‌ ଚାଉଳ ଆଣି ଫେରୁଥିଲାବେଳେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ଗୁରୁତର ମଧ୍ୟରେ ୨ ଜଣ ପୁରୁଷ ଏବଂ ୭ ମହିଳା । ସମସ୍ତଙ୍କ ଘର ବାର୍ଶିକୋନା ଗାଁରେ ହୋଇଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଅଗ୍ନିଶମ୍‌ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛି । ସେପଟେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.