ପୁରୀରୁ ଫେରୁଥିବାବେଳେ ଦୁର୍ଘଟଣାର ଶିକାର ହେଲା ତୀର୍ଥଯାତ୍ରୀ ବସ; ଜଣେ ମୃତ, ୧୫ ଆହତ

ବରଗଡ଼ (କେନ୍ୟୁଜ): ପୁରୀରୁ ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବରଗଡ଼ ସୋହେଲାଠାରେ ପର୍ଯ୍ୟଟକ ବସ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ମହାରାଷ୍ଟ୍ରର ଜଳଗାଁ ଜିଲ୍ଲାର ଅତର ଦେବ । ଆହତ ୧୫ ଜଣଙ୍କୁ ବୁର୍ଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଜଗା ଦର୍ଶନ କରି ମହାରାଷ୍ଟ୍ର ଫେରୁଥିବା ବେଳେ ସୋହେଲାଠାରେ ରାସ୍ତାକଡରେ ଅଟକିଥିଲା ଏହି ତୀର୍ଥଯାତ୍ରୀ ବସ୍ । କିଛି ଯାତ୍ରୀ ବସରୁ ଓହ୍ଲାଇଥିଲେ । ଏହି ସମୟରେ ଦ୍ରୁତଗତିରେ ଆସି ଏକ ଟ୍ରକ ବସକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣକ ମୁତ୍ୟୁ ହୋଇଥିଲା । ପ୍ରାୟ ୪୦ରୁ ୫୦ଜଣ ଯାତ୍ରୀ ଉକ୍ତ ବସରେ ଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.