Below header

ପୁଅଘର ସହିତ ଧୋକା! ସାନଝିଅ ଜାଗାରେ ମସ୍ତିଷ୍କ ବିକୃତ ବଡ଼ଝିଅକୁ କରାଇଦେଲେ ବାହା, ଶାଶୁଘରେ ଓଢ଼ଣା ଉଠିବା ପରେ ପାଦ ତଳୁ ଖସିଲା ମାଟି

ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ କନ୍ୟାଘର ଲୋକେ ବରଘର ଲୋକଙ୍କୁ ଧୋକା ଦେଇଛନ୍ତି। ଅଭିଯୋଗ ମୁତାବକ, କନ୍ୟାଘର ନିଜର ସାନଝିଅ ଜାଗାରେ ବଡ଼ଝିଅକୁ ବର ସହିତ ବାହା କରାଇ ଦେଇଛନ୍ତି। ଶାଶୁଘରେ ମୁହଁଦେଖାର ରୀତି ସମୟରେ ଯେତେବେଳେ କନ୍ୟାର ଓଢ଼ଣା ଉଠାଯାଇଥିଲା, ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିରେ କ୍ରୋଧାନ୍ଵିତ ପୁଅଘର ଲୋକେ ତୁରନ୍ତ କନ୍ୟାକୁ ତା’ ବାପଘରକୁ ପଠାଇ ଦେଇଥିଲେ। ସେପଟେ ଏବେ ବର ନ୍ୟାୟ ନ ମିଳିଲେ ଆତ୍ମହତ୍ୟା ଭଳି ପଦକ୍ଷେପ ନେବାକୁ ଧମକ ଦେଇଛି।

ଏହି ଘଟଣା କଟୌଲି ଗାଁର ବୋଲି ଜଣାପଡ଼ିଛି। ଏଠାରେ ରହୁଥିବା ଜଣେ ଯୁବକଙ୍କର ୨୬ ଜାନୁୟାରୀରେ ବିବାହ ହୋଇଥିଲା। ବିବାହ ରୀତିନୀତି ଚାଲିଥିବା ବେଳେ କନ୍ୟା ମୁଣ୍ଡରେ ଓଢ଼ଣା ଦେଇ ବସିଥିଲା। ପାରମ୍ପରିକ ନିୟମ ଅନୁସାରେ, ବରକନ୍ୟା ସତେଫେରା ନେଇଥିଲେ। ଏହାପରେ କନ୍ୟାର ବିଦାୟୀ ପରେ ବରକନ୍ୟା ନିଜ ଗାଁ କଟୌଲି ଫେରିଥିଲେ।

ସେପଟେ କଟୌଲିରେ ନୂଆବୋହୂ ପହଞ୍ଚିବା ପରେ ମୁହଁଦେଖା ରୀତି ଆରମ୍ଭ ହୋଇଥିଲା। ଯେତେବେଳେ ବରଘରର ମହିଳାମାନେ ଏହି ସମୟରେ ବୋହୂ ମୁଣ୍ଡରୁ ଓଢ଼ଣା ଉଠାଇଥିଲେ, ତ ସେଠାରେ ଉପସ୍ଥିତ ଲୋକମାନଙ୍କର ହୋଶ୍‌ ଉଡ଼ିଯାଇଥିଲା। ପ୍ରକୃତ କଥା ହେଲା, ଝିଅଘର ଲୋକେ କନ୍ୟାର ବଡ଼ ଭଉଣୀ ସହିତ ବରର ବିବାହ କରି ଦେଇଥିଲେ। ଓଢ଼ଣା ଆଢ଼ୁଆଳରେ ଝିଅଘର ଲୋକେ ବରପକ୍ଷ ସହିତ ଧୋକା କରିଥିଲେ।

ଦେଖୁ ଦେଖୁ ଏହି ଘଟଣା ବିଜୁଳି ବେଗରେ ପୂରା ଗାଁରେ ବ୍ୟାପିଯାଇଥିଲା ଏବଂ ଏହାପରେ ଶାଶୁଘର ଲୋକେ ତୁରନ୍ତ ବାହା ହୋଇ ଆସିଥିବା ଝିଅକୁ ତା’ ବାପଘରକୁ ପଠାଇ ଦେଇଥିଲେ। ଅଭିଯୋଗ ମୁତାବକ, କନ୍ୟାର ବଡ଼ ଭଉଣୀ ମାନସିକ ସ୍ତରରେ ଦୁର୍ବଳ ଥିଲେ। ଏ ଭିତରେ ନବବିବାହିତ ଯୁବକ କହିଛନ୍ତି ଯେ ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବେ। ଅନ୍ୟପଟେ ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.