ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା ସାନି ତାରିଖ, କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପାଇଁ ନିର୍ବାଚନ ଥିଲା ସ୍ଥଗିତ

କେନ୍ୟୁଜ୍(ବ୍ୟୁରୋ):  ପିପିଲି ଉପନିର୍ବାଚନ ପାଇଁ ଘୋଷଣା ହେଲା  ସାନି ତାରିଖ । ମେ ୧୩ ତାରିଖରେ ଉପନିର୍ବାଚନ ପାଇଁ ମତଦାନ ହେବ। ମେ ୧୬ରେ ଭୋଟ ଗଣତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅପ୍ରେଲ ୧୭ରେ ଭୋଟିଂ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ଗତ ୧୪ ତାରିଖ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଘଟିଥିଲା। ଏଥିପାଇଁ ଉପନିର୍ବାଚନ ସ୍ଥଗିତ ରଖାଯାଇଥିଲା।  ଆଜି ଏହି ଉପନିବର୍ବାଚନ ତାରିଖକୁ ମୁଖ୍ୟ ନିର୍ବାଚନ ଅଧିକାରୀ  ଘୋଷଣା କରିଛନ୍ତି ।

ଆସନ୍ତା ୨୬ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ । ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ୨୯ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ । ମେ ୧୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ସରିବ । ତେବେ କେବେ ଗଣତି ହେବ ସେନେଇ କୌଣସି ତାରିଖ ଘୋଷଣା ହୋଇ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.