କେମିକାଲ ରଙ୍ଗ ଖେଳି ୨୦ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ହୋଲି ରଙ୍ଗରେ ୨୦ରୁ ଅଧିକ ଅସୁସ୍ଥ ଅଭିଯୋଗ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦେହରେ ଦାଗ ସହ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

କଣ୍ଟାବାଞ୍ଜି (କେନ୍ୟୁଜ): ହୋଲି ରଙ୍ଗରେ ୨୦ରୁ ଅଧିକ ଅସୁସ୍ଥ ଅଭିଯୋଗ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଦେହରେ ଦାଗ ସହ ଯନ୍ତ୍ରଣା ଅନୁଭବ କରିବାରୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଗତ ୨୬ ତାରିଖରେ କଣ୍ଟାବାଞ୍ଝି ସହରର ଅଶୋକ ନଗର , ଆନନ୍ଦ ନଗର ଓ ଅନ୍ୟ ଯେତେକ ଜାଗାରୁ ୨୦ରୁ ଅଧିକ ଯୁବକ ଗୁରୁତର ହୋଇଛନ୍ତି। ଅପମିଶ୍ରିତ ରଙ୍ଗ ବା କେମିକାଲ ରଙ୍ଗ ଯୋଗୁ ଯୁବକ ମାନଙ୍କ ଦେହରେ ପୋଡା ଜଳା ହୋଇଥିବା ଦେଖବାକୁ ମିଳିଛି। ଗୁରୁତର ଯୁବକ ମାନଙ୍କୁ କଣ୍ଟାବାଞ୍ଝି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମ ଭୋଈ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ କଣ୍ଟାବାଞ୍ଝି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ରଙ୍ଗରେ ବିଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.