ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ, କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ

ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ କଲେ ରାସ୍ତା ଅବରୋଧ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ସାନଭରଣ୍ଡି ଗାଁରେ । ଫଳରେ ନବରଂଗପୁରରୁ ଉମରକୋଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ଉମରକୋଟ (କେନ୍ୟୁଜ); ସଡ଼କ ଦୁର୍ଘଟଣାରେ ବୃଦ୍ଧାଙ୍କ ମୃତ୍ୟୁ । କ୍ଷତି ପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ କଲେ ରାସ୍ତା ଅବରୋଧ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ସାନଭରଣ୍ଡି ଗାଁରେ । ଫଳରେ ନବରଂଗପୁରରୁ ଉମରକୋଟ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ଥାନା ଅନ୍ତର୍ଗତ ସାନଭରଣ୍ଡି ଗ୍ରାମ ୩୯ ନମ୍ୱର୍ ରାଜ୍ୟ ରାଜପଥରେ ଛତୁ ବୋଝେଇ ପିକ ଅପ୍ ନବରଂଗପୁରକୁ ଯାଉ ଥିବା ସମୟରେ ଗୌରୀ ମାଝୀ ନାମକ ମହିଳାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଗୌରୀଙ୍କ ମୃତ୍ୟୁ ହୋଇଥିଲା । ଗ୍ରାମବାସୀ ଓ ପରିବାର ଲୋକ କ୍ଷତି ପୂରଣ ଦାବିରେ ଶବ ରଖି ୩୯ ନମ୍ୱର୍ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ପୋଲିସ ପହଂଚି ଡ୍ରାଇଭର ଏବଂ ହେଲପରଙ୍କୁ ଗିରଫ କରିଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଲାଗି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.