୨୦୧୩ ମସିହାରେ ଯୁକ୍ତ ୨ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା: ଜନସ୍ୱାର୍ଥ ଆବେଦନର ଶୁଣାଣିରେ ଅନ୍ତ ଘଟାଇଲେ ହାଇକୋର୍ଟ

କଟକ(କେନ୍ଯୁଜ୍): ୨୦୧୩ ମସିହାରେ ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସଂପର୍କିତ ଜନସ୍ୱାର୍ଥ ମାମଲା । ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣିର ଅନ୍ତ ଘଟାଇଛନ୍ତି।

ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରି ୬ଜଣଙ୍କୁ ଗିରଫ କରିବା ସହିତ ଅଦାଲତରେ ଚାର୍ଜସିଟ ଦାଖଲ କରିଛି ବୋଲି ସରକାରଙ୍କ ତରଫରୁ ଶୁଣାଣି ସମୟରେ ଦର୍ଶାଯାଇଥିଲା । ଏଭଳି ପ୍ରସଙ୍ଗ ବିଚାରକୁ ନେଇ ହାଇକୋର୍ଟରେ ଆଗତ ଜନସ୍ୱାର୍ଥ ଆବେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି । ଏହି ପ୍ରସଙ୍ଗରେ ଆଗକୁ ଯୁକ୍ତିଯୁକ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ଆଶା ପ୍ରକାଶ କରିଛନ୍ତି । ଯୁକ୍ତ ଦୁଇ ବିଜ୍ଞାନ ପ୍ରଶ୍ନପତ୍ର ୨୦୧୩ ମସିହାରେ ପ୍ରଘଟ ହୋଇଥିଲା ।

ସେତେବେଳେ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣା କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ ଦିଆଯାଇଥିଲା । ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜଣେ ଆଇନଜୀବୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ । ହାଇକୋର୍ଟ ଏହି ଚିଠିକୁ ଜନସ୍ୱାର୍ଥ ଆବେଦନ ଭାବେ ଗ୍ରହଣ କରିବା ସହିତ ସରକାରଙ୍କ ନିକଟରୁ ଜବାବ ତଲବ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.