‘ଗେହରାଇୟାଁ’ କିସିଂ ସିନ୍‌ ଦେଖି ଗାଁରୁ ଜଣେ ଚାଚା ଫୋନ କରି ପଚାରିଲେ, ପୁଅ ଏମିତି କିସ୍‌…

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ ଫିଲ୍ମ ସହିତ ଜଡିତ ଅନେକ କଥା ସେୟାର କରିଥିଲେ। କପିଲ ମଧ୍ୟ ସେମାନଙ୍କ ସହ ଖୁବ୍ ମଜା କରିଥିଲେ। ବର୍ତ୍ତମାନ କପିଲଙ୍କ ଶୋ’ର ଅନ୍‌ ସେନ୍ସର୍ଡ ଭିଡିଓ ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ ହୋଇଛି। ଭିଡିଓର ଆରମ୍ଭ ଚାଇନିଜ୍ ୱିସପର୍ ଗେମ୍ ରୁ ହୋଇଛି। ସମସ୍ତ କଳାକାରଙ୍କ କାନରେ ହେଡଫୋନ୍ ଲାଗିଛି ଯେଉଁଥିରେ ଜୋର୍‌ରେ ଗୀତ ବାଜୁଛି ଏବଂ କପିଲଙ୍କ ଦ୍ୱାରା କୁହାଯାଇଥିବା ଲାଇନକୁ ଅନୁମାନ କରାଯାଉଛି।

ଏହି ଶୋରେ ସିଦ୍ଧାନ୍ତ ଦୀପିକାଙ୍କ ସହ କିସିଂ ସିନର ମଜାଳିଆ କଥା ସେୟାର କରି କହିଛନ୍ତି, ‘ଯେତେବେଳେ ଫିଲ୍ମର ଟ୍ରେଲର ରିଲିଜ୍ ହେଲା ସେତେବେଳେ ଗାଁରୁ ଜଣେ ଚାଚାଙ୍କ ଫୋନ୍ ଆସିଲା … ସେ ପଚାରିଥିଲେ, ଏହି କିସିଂ ସିନରେ ପ୍ରକୃତରେ ସ୍ପର୍ଶ ହୋଇଛି ନା ମଝିରେ ଗ୍ଲାସ୍ ରଖାଯାଇଛି? ପାପା କହିଲେ ଏହାର ଉତ୍ତର ମୁଁ କ’ଣ ଦେବି?

ଠିକ୍‌ ଏହି କଥାକୁ ନେଇ କପିଲ ପଚାରିଥିଲେ ‘ଚାଚାଙ୍କ ବୟସ କେତେ? ସିଦ୍ଧାନ୍ତ କହିଛନ୍ତି, ପ୍ରାୟ ୫୦ ବର୍ଷ ହେବ। ତା’ପରେ କପିଲ କହିଛନ୍ତି, ତାଙ୍କୁ କହିଲନି, କାନପୁରରେ ଏତେ ଭଲ ଭଲ ସ୍ଥାନ ଅଛି, ବୁଲି ଆସ । ଏ ସବୁ ଜିନିଷ ଉପରେ କାହିଁକି ଧ୍ୟାନ ଦେଉଛ। କପିଲଙ୍କ ଏକଥା ଶୁଣି ସମସ୍ତ ଦର୍ଶକ ଜୋର ଜୋରରେ ହସିଥିଲେ।

‘ଗେହରାଇୟାଁ’ ଫିଲ୍ମରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଜବରଦସ୍ତ କିସିଂ ସିନ୍‌ ଦେଖିବାକୁ ମିଳିଛି। ଫିଲ୍ମକୁ ଫ୍ୟାନ୍ସ ମଧ୍ୟ ବେଶ୍‌ ପ୍ରଶଂସା କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.