ଯାଜପୁର: ୨୦ଟଙ୍କା ବାକି ପାଇଁ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଘଟଣା, ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ ଗିରଫ କଲା ବଡ଼ଚଣା ପୋଲିସ

ଯାଜପୁର (କେନ୍ୟୁଜ):  ୨୦ଟଙ୍କା ବାକି ପାଇଁ ଯୁବକଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା ଘଟଣା। ମୁଖ୍ୟ ଅଭିଯୁକ୍ତ ସହ ସହଯୋଗୀଙ୍କୁ ଗିରଫ କଲା ବଡ଼ଚଣା ପୋଲିସ। ଗତ ନଭେମ୍ବର ମାସ ୮ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିନ ଧାନମଣ୍ଡଳ ଦଳିତ ସାହିରେ ଘଟିଥିଲା ଏହି ଅଭାବନୀୟ କାଣ୍ଡ। ମାତ୍ର ୨୦ଟଙ୍କା ବାକି ଥିବାରୁ ଏହି ଗାଁର ସୁଶାନ୍ତ ମଲିକଙ୍କୁ ଦୋକାନୀ ନାରାୟଣ ଯେନା ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଏଥିରେ ପ୍ରାୟ ଏକ ମାସ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ କଟକ ବଡ଼ ମେଡିକାଲରେ ଜୀବନ ହରାଇଲେ ସୁଶାନ୍ତ। ଏପଟେ ଅଭିଯୁକ୍ତକୁ ପୋଲିସ ଗିରଫ କରିବାରେ ବିଫଳ ହେବାରୁ ନ୍ୟାୟ ପାଇଁ ପରିବାର ଲୋକେ ବଡ଼ଚଣା ଥାନା ସମ୍ମୁଖରେ ପ୍ରତିବାଦ କରିଥିଲେ।

ଏହି ଘଟଣାରେ ପୋଲିସ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ନାରାୟଣ ଯେନା ଓରଫ ପପୁର ବାପା ସତ୍ୟବ୍ରତ ଯେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତେବେ ଘଟଣା ଘଟାଇ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ପପୁ ସହ ଏହି ହତ୍ୟାକାଣ୍ଡରେ ପପୁକୁ ସହଯୋଗ କରିଥିବା ଧନମଣ୍ଡଳର ଆଲୋକ ମଲିକଙ୍କୁ ବଡ଼ଚଣା ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ସମାନ୍ୟ ଘଟଣାକୁ ନେଇ ଧାନମଣ୍ଡଳରେ ଘଟିଯାଇଥିବା ଏହି ହତ୍ୟାକାଣ୍ଡ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.