Below header

ଭଦ୍ରକ: ମହିଳା କନେଷ୍ଟବଳଙ୍କୁ ପ୍ରତାରଣା ଅଭିଯୋଗରେ ଗିରଫ ହେଲେ ଆଉଜଣେ କନେଷ୍ଟବଳ

ଭଦ୍ରକ: ଖାକି-ଖାକି-ପ୍ରେମ-ଧୋକା । ମହିଳା କନେଷ୍ଟବଳଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ । ତାଙ୍କ ନାଁ ଜଗତପତି ହାଁସଦା ଓ ସେ ରିଜର୍ଭ ପୋଲିସରେ କାର୍ଯ୍ୟରତ ଅଛନ୍ତି। ତାଙ୍କୁ ଭଦ୍ରକ ଟାଉନ ଥାନା ପୋଲିସ ଗିରଫ କରିବା ପରେ ଚାକିରୀରୁ ନିଲମ୍ବିତ କରାଯାଇଛି । ଥାନାରେ ଅଭିଯୋଗ ଅନୁଯାୟୀ, ଜଗତପତି ହାଁସଦା ଜଣେ ମହିଳା କନେଷ୍ଟବଳଙ୍କୁ ପ୍ରେମ କରୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ମଧ୍ୟ ରଖିଥିଲେ । ପରେ ବିବାହ ପାଇଁ ରାଜି ନ ହେବାରୁ ଏନେଇ ଜଗତପତିଙ୍କ ନାଁରେ ଭଦ୍ରକ ଟାଉନ ଥାନାରେ ଏତଲା ହୋଇଥିଲା। ସେପଟେ ଗିରଫ ନିଲମ୍ବିତ କନେଷ୍ଟବଳ ଜଗତପତି ହାଁସଦା କହିଛନ୍ତି, ସେ ବିବାହ ପାଇଁ ରାଜି ଅଛନ୍ତି । ତେବେ ପୋଲିସ କଣ ପାଇଁ ତାଙ୍କୁ ଗିରଫ କଲା ତାହା ଜଣାନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.