ଯେଉଁମାନେ ଆଇନ ଭଙ୍ଗ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ: ନୂଆ ବର୍ଷରେ ପୋଲିସ ଡିଜିଙ୍କ ସ୍ୱତନ୍ତ୍ର ବାର୍ତ୍ତା 

କେନ୍ୟୁଜ୍(ବ୍ୟୁରୋ):ନୂଆବର୍ଷରେ ପୋଲିସ ଡିଜି ସୁନୀଲ କୁମାର ବଂଶଲ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବାର୍ତ୍ତା ଦେଇଛନ୍ତି । ନୂଆବର୍ଷରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପୋଲିସ ଜନସାଧାରଣଙ୍କୁ କିପରି ଉତ୍ତମ ସେବା ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିବ ବୋଲି କହିଛନ୍ତି ।

 

ଯେଉଁମାନେ ଆଇନ ଭଙ୍ଗ କରିବେ, ନିଶା କାରବାର କିମ୍ବା ସଂଗଠିତ ଅପରାଧ ଘଟାଇବାକୁ ଉଦ୍ୟମ କରିବେ ପୋଲିସ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଜିପି କହିଛନ୍ତି । କୋଭିଡ କଟକଣା ପାଳନ ଓ ଟିକାକରଣରେ ପୋଲିସ ଯୋଗଦାନ ପୂର୍ବପରି ଜାରି ରହିବ ଡିଜି ସୁନୀଲ ବଂଶଲ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.