Below header

ଚାଣକ୍ୟ ନୀତି : ପତି-ପତ୍ନୀଙ୍କ ସମ୍ପର୍କରେ ଛାଡପତ୍ର ଯାଏ ଆଣିଥାଏ ଏହି କଥା, ସର୍ବଦା ଏହି କଥାରୁ ଦୁରେଇ ରୁହନ୍ତୁ

ନୂଆଦିଲ୍ଲୀ : ପତି-ପତ୍ନୀଙ୍କ ସମ୍ପର୍କକୁ ନେଇ ଧର୍ମ-ଶାସ୍ତ୍ର ଓ ପୁରାଣ ଆଦିରେ ବହୁତ କିଛି କୁହାଯାଇଛି । ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ଏହି ସମ୍ପର୍କ ବିଷୟରେ ବହୁତ କଥା କହିଛନ୍ତି । ଚାଣକ୍ୟ କହିଛନ୍ତି କେଉଁ କଥା ମନୁଷ୍ୟର ସମ୍ପର୍କକୁ ମଜବୁତ କରିଥାଏ ଓ କେଉଁ କଥା ମନୁଷ୍ୟ ସମ୍ପର୍କକୁ କମଜୋର କରିଥାଏ । ପତି-ପତ୍ନୀଙ୍କ ମଧ୍ୟରେ ଏମିତି କେଉଁ ୫ ଟି କଥା ଅଛି ଯାହାଠାରୁ ଦୁରେଇ ନରହିଲେ ସମ୍ପର୍କ ଭାଙ୍ଗିଯାଇଥାଏ । ଆସନ୍ତୁ ଜାଣିବା କ’ଣ ସେହି କଥା ।

ସର୍ବଦା ଏହି କଥାରୁ ରୁହନ୍ତୁ ଦୂରରେ :

ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି ପତି-ପତ୍ନୀଙ୍କୁ କୌଣସି ପରିସ୍ଥିତିରେ ଏହି ଜିନିଷ ଠାରୁ ଦୂରରେ ରହିବା ଉଚିତ୍‌ । ନହେଲେ ଜୀବନ ବରବାଦ ହୋଇଯାଇଥାଏ । ତେଣୁ ନିଜ ଜୀବନରେ କୌଣସି ଗୁପ୍ତ କଥାକୁ କେବେ ବି ଅତି ନିଜର ବନ୍ଧୁ ହେଲେ ବି କୁହନ୍ତୁ ନାହିଁ ।

  ପ୍ରତି ବ୍ୟକ୍ତିଙ୍କ ଠାରେ କିଛି ନା କିଛି ଭଲ ଗୁଣ ଓ ଖରାପ ଗୁଣ ଥାଏ । ତେଣୁ ପତି-ପତ୍ନୀ ନିଜର ଅବଗୁଣ ନିଜ ଭିତରେ କେବେ ବି ସେୟାର କରିବା ଉଚିତ୍‌ ନୁହେଁ । କାରଣ ଏହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ ।

  ପତି-ପତ୍ନୀ ଦୁହିଁଙ୍କ ମଧ୍ୟରେ କାହାର ବି କ୍ରୋଧ ଥିଲେ ଜୀବନ ଶାନ୍ତିରେ କଟି ନଥାଏ । ତେଣୁ ଏହି ବଦଗୁଣ ଛାଡ଼ିବା ଉଚିତ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.