ଯାଜପୁର: କୋଭିଡ କଟକଣାକୁ ମାନି ମା ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ, ନୂଆବର୍ଷ ସୁଖମୟ ହେଉ ବୋଲି କଲେ କାମନା

ଯାଜପୁର(କେନ୍ୟୁଜ୍):  ନବବର୍ଷ ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । କୋଭିଡ କଟକଣାକୁ ମାନି ଶ୍ରଦ୍ଧାଳୁ ମାନେ ମା ବିରଜାଙ୍କ ଦର୍ଶନ କରିଥିଲେ । ରାଜ୍ୟର ଅଧିକାଂଶ ମନ୍ଦିର ଗୁଡିକ ବନ୍ଦ ରହିଥିବା ବେଳେ ଯାଜପୁରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ମାଙ୍କୁ ଦର୍ଶନ କରି ନୂତନ ବର୍ଷ ସୁଖମୟ ବର୍ଷ ହେଉ ବୋଲି କାମନା କରିଥିଲେ । ଖୋଦ ଜିଲ୍ଲାପାଳ ଚକ୍ରବରର୍ତ୍ତି ସିଂ ରାଠୋର ମାଙ୍କୁ ଦର୍ଶନ କରି କୃପା ଭିକ୍ଷା କରିଥିଲେ ।

birja2

ମନ୍ଦିରକୁ ସଂଧ୍ୟା ୮ ଟା ପର୍ଯ୍ୟନ୍ତ ଖୋଲା ରଖାଯାଇଥିଲା । ସଂଧ୍ୟା ସମୟରେ ବିଭିନ୍ନ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ଆସି ମାଙ୍କ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ । ଜିଲ୍ଲାପ୍ରଶାସନ ମା’ଙ୍କୁ ଦର୍ଶନ କରାଇବାର ସୁଯୋଗ ଦେଇଥିବାରୁ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.