ଜାଲ ନୋଟ ଦେଇ ସାଧାରଣ ଲୋକଙ୍କୁ ଠକୁଥିଲେ, କିନ୍ତୁ ଠକଙ୍କ ଚାଲାକିର ପର୍ଦ୍ଦାଫାସ କଲା ପୋଲିସ

ସୂଚନା ମୁତାବକ ଭଇଁଷା ଗାଁରେ ପ୍ରହରୀ ହେଉଥିଲା ଏହି ସମୟରେ ସେହି ଗାଁ ର ବରୁଣ ପନୁଆ ଦୁଇଟି ୫ସହ ଟଙ୍କିଆ ନୋଟ କଳାକାରଙ୍କୁ ପୁରସ୍କାର ଦେଇଥିଲେ । କଳାକାର ଘରକୁ ଆସି ଦେଖିଲାବେଳକୁ ଉକ୍ତ ଟଙ୍କା ଗୁଡିକ ନକଲି ବୋଲି ଜାଣିବାକୁ ପାଇଥିଲେ ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପୋଲିସକୁ ମିଳିଛି ବଡ ସଫଳତା ଜାଲି ନୋଟ କାରବାର କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ମୁତାବକ ଭଇଁଷା ଗାଁରେ ପ୍ରହରୀ ହେଉଥିଲା ଏହି ସମୟରେ ସେହି ଗାଁ ର ବରୁଣ ପନୁଆ ଦୁଇଟି ୫ସହ ଟଙ୍କିଆ ନୋଟ କଳାକାରଙ୍କୁ ପୁରସ୍କାର ଦେଇଥିଲେ । କଳାକାର ଘରକୁ ଆସି ଦେଖିଲାବେଳକୁ ଉକ୍ତ ଟଙ୍କା ଗୁଡିକ ନକଲି ବୋଲି ଜାଣିବାକୁ ପାଇଥିଲେ । ଗ୍ରାମବାସୀଙ୍କୁ ଜଣାଇବାରୁ ଗ୍ରାମବାସୀ ତଦାରଖ କରି ଅଭିଯୁକ୍ତ ବରୁଣ ପନୁଆ ଉକ୍ତ ଜାଲ ନୋଟ ଦେଇଥିବା ଜାଣିବାକୁ ପାଇଥିଲେ । ଗାଁ ଗୌନ୍ତିଆ ଜ୍ଞାନେନ୍ଦ୍ର ପଟେଲଙ୍କ ଅଭିଯୋଗ କ୍ରମେ ପୋଲିସ ଭଇଁଷା ଗ୍ରାମକୁ ଯାଇ ତଦନ୍ତ କରୁଥିବା ବେଳେ ବରୁଣ ପନୁଆଙ୍କ ଘରୁ ୨୭୨ ଖଣ୍ଡ ଜାଲି ୫୦୦ ଟଙ୍କିଆ ନୋଟ ପାଇଥିଲେ ।

ଅଧିକ ତଦନ୍ତ ପରେ ଏହି ୫ଶହ ଟଙ୍କିଆ ନୋଟ ଗୁଡିକ ଦେଓଗାଁ ଥାନା ବୁଢାବାହାଲ ଗାଁର ରୋହିତ ବସ୍ତିଆଙ୍କ ଠାରୁ ଆଣିଥିବା ଜାଣିବାକୁ ପାଇଥିଲା ପୋଲିସ୍‌ । ପରେ ପାଟଣାଗଡ଼ ଥାନାଅଧିକାରୀ ତାରାକାନ୍ତି ପଧାନଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଚଢ଼ାଉ କରାଯାଇଥିଲା । ରୋହିତ ବସ୍ତିଆଙ୍କ ଘରେ ଚଢ଼ାଉ କରାଯାଇ କମ୍ପ୍ୟୁଟର, କଲର ପ୍ରିଣ୍ଟର, ପେପର ଓ ଅନ୍ୟାନ୍ୟ ଜିନିଷ ଜବତ କରିବା ସହିତ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ଜାଲ ନୋଟକୁ ଚିହ୍ନିବା ମୁସ୍କିଲ । ଲୋକମାନେ କ୍ଷଣିକରେ ଜାଲ ନୋଟକୁ କେମିତି ବା ଚିହ୍ନିବେ । ତେବେ ଆପଣ ଯଦି କୌଣସି ବ୍ୟକ୍ତିଙ୍କ ଠାରୁ ଏପରି ଜାଲ ନୋଟ ଗ୍ରହଣ କରୁଛନ୍ତି , ତେବେ ଭଲ ଭାବେ ଯାଞ୍ଚ କରି ଏହାକୁ ଗ୍ରହଣ କରନ୍ତୁ । ନଚେତ ଆପଣ ବି ଠକାମିର ଶିକାର ହେବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.