ସକାଳୁ ଥରିଲା ଆଫଗାନିସ୍ତାନ, ତୀବ୍ରତା ୪.୨

ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ଆଫଗାନିସ୍ତାନରେ ଗୁରୁବାର ସକାଳ ୫.୪୪ ମିନିଟରେ ୪.୨ ତୀବ୍ରତା ମାପ କରାଯାଇଛି । ଦୁଇ ଦିନ ମଧ୍ୟରେ ଏହା ଆଫଗାନିସ୍ତାନରେ ଦ୍ୱିତୀୟ ଥର ଭୂକମ୍ପ ଘଟିଛି ।

ଆଫଗାନିସ୍ତାନରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) କହିଛି ଯେ, ଆଫଗାନିସ୍ତାନରେ ଗୁରୁବାର ସକାଳ ୫.୪୪ ମିନିଟରେ ୪.୨ ତୀବ୍ରତା ମାପ କରାଯାଇଛି । ଏ ପର୍ଯ୍ୟନ୍ତ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ସୂଚନା ନାହିଁ ।

ଦୁଇ ଦିନ ମଧ୍ୟରେ ଏହା ଆଫଗାନିସ୍ତାନରେ ଦ୍ୱିତୀୟ ଥର ଭୂକମ୍ପ ଘଟିଛି । ଏହାପୂର୍ବରୁ ମଙ୍ଗଳବାର ଦିନ ଆଫଗାନିସ୍ତାନର କୁର୍ମଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ୪. ୫ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.