ବାସ ଆଉ ଟିକିଏ ଅପେକ୍ଷା! ଏପ୍ରିଲରେ ଲଞ୍ଚ ହେବାକୁ ଯାଉଛି ଏହି ୫ଟି ଜବରଦସ୍ତ ଫୋନ୍

ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି । ବାସ୍ତବରେ, ଏପ୍ରିଲ୍ ମାସରେ, ବିଭିନ୍ନ କମ୍ପାନୀର ପାଞ୍ଚଟି ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି, ଯାହା ସୁଲଭ ଦାମରେ ମିଳିବା ସହିତ ଅନେକ ବେଷ୍ଟ ଫିଚର ମଧ୍ୟ ରହିଛି ।

ଏପ୍ରିଲ୍ ମାସରେ ଅନେକ ଜବରଦସ୍ତ ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି, ଯେଉଁଥିରେ ୱାନପ୍ଲସ୍, ରିଅଲମି, ମୋଟୋ ଏବଂ ସାମସଙ୍ଗର ସ୍ମାର୍ଟଫୋନ୍ ଅନ୍ତର୍ଭୁକ୍ତ । ଯଦି ଆପଣ ଏକ ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି । ବାସ୍ତବରେ, ଏପ୍ରିଲ୍ ମାସରେ, ବିଭିନ୍ନ କମ୍ପାନୀର ପାଞ୍ଚଟି ସ୍ମାର୍ଟଫୋନ୍ ଲଞ୍ଚ ହେବାକୁ ଯାଉଛି, ଯାହା ସୁଲଭ ଦାମରେ ମିଳିବା ସହିତ ଅନେକ ବେଷ୍ଟ ଫିଚର ମଧ୍ୟ ରହିଛି ।

ଏହି ଲିଷ୍ଟର ପ୍ରଥମ ନାମ ହେଉଛି Moto Edge 50 Pro, ଯେଉଁଥିରେ 6.7 ଇଞ୍ଚ ଡ଼ିସପ୍ଲେ ସହିତ ଆପଣଙ୍କୁ 1.5K ରେଜୋଲ୍ୟୁସନ ସହିତ OLED ଡିସପ୍ଲେ ଦିଆଯିବ । ଏହି ଫୋନ୍ ୩ ଏପ୍ରିଲରେ ଲଞ୍ଚ ହେବ । ଏହି ଫୋନରେ 50MP ବ୍ୟାକ କ୍ୟାମେରା ସେଟଅପ୍ ଏବଂ 32MP ଫ୍ରଣ୍ଟ କ୍ୟାମେରା ରହିପାରେ ।

ପରବର୍ତ୍ତୀ ଫୋନର ନାମ ହେଉଛି Samsung Galaxy M55, ଯାହା ଗାଲାକ୍ସି A55 ର ମୋଡିଫାଏଡ ଭର୍ସନ ହେବ । ଏକ ରିପୋର୍ଟ ଅନୁଯାୟୀ, ସାମସଙ୍ଗର ଏହି ନୂଆ ଫୋନରେ କମ୍ପାନୀ ସର୍ବାଧିକ ରିଜୋଲ୍ୟୁସନ୍ ସେଲଫି କ୍ୟାମେରା ଯୋଗାଇବାକୁ ଯାଉଛି । ଏହି ଫୋନ୍ ମଧ୍ୟ ଏପ୍ରିଲରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

ତୃତୀୟ ନାମ ହେଉଛି OnePlus Nord CE 4, ଯାହା ୧ ଏପ୍ରିଲରେ ଭାରତରେ ଲଞ୍ଚ ହେବାକୁ ଯାଉଛି । ଏହି ଫୋନରେ SUPERVOOC ଟେକ୍ନୋଲୋଜି ସହିତ 100W ଫାଷ୍ଟ ଚାର୍ଜିଂ ସପୋର୍ଟ ରହିବ । ଏଥିସହ କମ୍ପାନୀ ଫୋନରେ 6.7 ଇଞ୍ଚ ଫ୍ଲୁଇଡ୍ AMOLED ଡିସପ୍ଲେ ପ୍ରଦାନ କରିବାକୁ ଯାଉଛି ।

ଆସନ୍ତା ମାସରେ ଭାରତରେ Realme GT 5 Pro ମଧ୍ୟ ଲଞ୍ଚ ହୋଇପାରେ । ଏହି ଫୋନରେ ଆପଣଙ୍କୁ 100W ଫାଷ୍ଟ ଚାର୍ଜିଂ ଏବଂ 5400mAh ବ୍ୟାଟେରୀ ଦିଆଯିବ । ଏହା ବ୍ୟତୀତ ଫୋନରେ 6.7 ଇଞ୍ଚ କର୍ଭଡ୍ ଡିସପ୍ଲେ ପ୍ରଦାନ କରାଯିବ । ପରବର୍ତ୍ତୀ ଫୋନ୍ ହେଉଛି Realme 12x 5G, ଯାହା କମ୍ପାନୀ ଚୀନ୍ ମାର୍କେଟରେ ଲଞ୍ଚ କରିଛି । ଏହି ଫୋନ୍ ଆସନ୍ତା ମାସ ୨ ତାରିଖରେ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.