ଯାଜପୁର: ଆମ ପୋଲିସ ସମିତିର ଭିନ୍ନ ପ୍ରୟାସ, ଲକଡାଉନ ପ୍ରଭାବିତ ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରୁଛନ୍ତି ପୋଲିସ କର୍ମଚାରୀ

ଯାଜପୁର (କେନ୍ୟୁଜ): କରୋନାକୁ ନେଇ ଏବେ ସାରା ରାଜ୍ୟ ମୁକାବିଲା କରୁଛି । ଏନେଇ ଲକଡାଉନ ଜାରି ରହିଥିବା ବେଳେ କାମଧନ୍ଦା ବନ୍ଦ ହେବା ଯୋଗୁ ଦିନମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ଭୋକ ଉପାସରେ ଦିନ କାଟୁଛନ୍ତି । ଏଭଳି ସମୟରେ ସେମାନଙ୍କୁ ସହାୟତାର ହାତ ବଢାଇଛି ଯାଜପୁର ଜିଲ୍ଲା ଧର୍ମଶାଳା ଆମ ପୋଲିସ ସମିତି ।

ଥାନା ଅଧିକାରୀ ସରୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଜି କ୍ଷେତ୍ରପାଳ, କଂଟିଗଡିଆ, ଦେଓଦା, ନିଳକଣ୍ଠପୁର, କାଏମା ଆଦି ଅଂଚଳରେ ଶତାଧିକ ଗରିବ ଶ୍ରେଣୀର ପରିବାରଙ୍କୁ ଶୁଖିଲା ଖାଦ୍ୟ ବଂଟନ କରାଯିବା ସହ ସେମାନଙ୍କୁ କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ସଚେତନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ଜାରକା ବିଟ୍ ହାଉସ ଅଧିକାରୀ ରାଜକିଶୋର ନାୟକ, ସଭ୍ୟ ଇନ୍ଦ୍ରମଣି ମହାନ୍ତି, ନିରଂଜନ ପାଣିଗ୍ରାହୀ, ତପନ କିଶୋର ଷଢଙ୍ଗୀ, ସାମ୍ବାଦିକ ଅଖିଳ କୁମାର ସ୍ୱାଇଁ ପ୍ରମୁଖ ସାମିଲ ହୋଇ ଖାଦ୍ୟ ବଂଟନ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.