ହୋଟେଲରୁ ୩୯ ଲକ୍ଷ ଚୋରି ଘଟଣା: ମାଟି ତଳୁ ବିଡ଼ା ବିଡ଼ା ଟଙ୍କା ଜବତ, ମୁଖ୍ୟ ଅଭିଯୁକ୍ତ ରାକେଶ ସମେତ ୩ ଗିରଫ

ସମ୍ବଲପୁର(କେନ୍ୟୁଜ୍): ୬୦ ଘଣ୍ଟାରେ ଚୋରୀ ଘଟଣାରେ ପର୍ଦ୍ଦାଫାସ । ମାଟି ତଳୁ ମିଳିଲା ବିଡା ବିଡା ଟଙ୍କା। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳର ଏକ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରି ମାମଲାରେ ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ସମେତ ୪ ଗିରଫ। ସେମାନଙ୍କ ମଧ୍ୟରୁ ୩ ଜଣ ହୋଟେଲ କର୍ମଚାରୀ ।

ସିସିଟିଭି କ୍ୟାମେରା ଫୁଟେଜ୍‌ ଆଧାରରେ ସମସ୍ତ ଅଭିଯୁକ୍ତ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ବି.ଗଙ୍ଗାଧର । ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବନାକାଲ ଗାଁର ଏକ ଘରର ୩୨ ଲକ୍ଷ ୧୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏହି ଜବତ ଟଙ୍କାକୁ ହୋଟେଲ ମାଲିକଙ୍କୁ ଫେରାଇ ଦେଇଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.